କରୋନା ଦେଇଛି ସାରି…

ଓଡିଶା ତାଜା ନ୍ୟୁଜ୍ (୧୪ ଜୁନ୍ ରବିବାର )

ଭଲାଏ କରୋନା ଭୁଲେଇ ଦେଇଛି
ତିଥି ବାର ଆଉ ମାସ
ଏମିତିରେ ରଜ. ପାଦ ଦେଲା ଆସି
ମୁହେଁ ଫୁଟୁନାହିଁ ହସ ।।
ତିନି ମାସ ଗଲା ଲକଡାଉନରେ
ପକେଟ୍ ରେ ନାହିଁ ଧନ
କେମିତିରେ ରଜ. କିଏବା ପାଳିବ
କାହିଁରେ ଲାଗୁନି ମନ ।।
ବାସନ୍ଦ ଲାଗିଛି ଚାଲିବା ବୁଲିବା
ବାହାରକୁ ଯିବା ମନା
ନିୟମ ପାଳନ ଟିକିଏ ଭୁଲିଲେ
ଭୋଗିବ ଜିଅଲଖାନା ।।
ସଟଡାଉନ୍ ରେ. ସଜବାଜ ଗଲା
କିଛି ବି ହୋଇନି କିଣା
ସେନେହ ନାହିଁ କି ଶରଧା ବି ନାହିଁ
ସଭିଙ୍କର ମନ ଉଣା।।
ସରକାରୀ ନିତି ନିୟମ କୁ ମାନି
ଏ ବରଷ ଦେଲେ ଟାଳି
ଆସନ୍ତା ରଜ କୁ ପାଳିବା ସଭିଏଁ
ଯେଝା ଇଚ୍ଛା ମନ ଖୋଲି।।
ମନ ତ କହୁଛି ରଜ ପାଳିବାକୁ
ବୁଲି ଖେଳି ଘିରିଘିରି
କଥାରେ କାମରେ ବେଡି ପଡ଼ିଅଛି
କରୋନା ଦେଇଛି ସାରି ।।

(ରିପୋର୍ଟ – ଅମରେନ୍ଦ୍ର ସିଂହ / କୁସୁପୁର, ମାହାଙ୍ଗା )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version