Home ଓଡ଼ିଶା ପାରଳାଖେମୁଣ୍ଡି ନୃସିଂହନାଥ ମଠରେ ଶ୍ରୀମଦଭାଗବତ ସପ୍ତାହ ବ୍ୟାପି ମହାଯଜ୍ଞ ପାରାୟଣ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାକେମୁଣ୍ଡି ସହରର କରଣସାହି ଠାରେ ଥିବା ନୃସିଂହ ନାଥ ମଠରେ ଗତ ୨୪ ତାରିଖ ତଥା ଫାଲଗୁନ ମାସ ଶୁକ୍ଲପକ୍ଷ ତୃତୀୟ ଠାରୁ ଆଜି ଶୁକ୍ଲପକ୍ଷ ଦଶମୀ ୭ ଦିନ ବ୍ୟାପୀ ଶ୍ରୀମଦ ଭାଗବତ ସପ୍ତାହ ମହାଯଜ୍ଞ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ସକାଳ ୭ଘଣ୍ଟା ଠାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ହେଉଥିଲା । ନୃସିଂହ ନାଥ ମଠର ମହନ୍ତ ଶ୍ରୀମଦନ ଗୋପାଳ ଦାସଜୀ ମହାରାଜଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୃନ୍ଦାବନଧାମରୁ ଆସିଥିବା ମହନ୍ତ ଶ୍ରୀ ସତାନତ ଦାସଜୀ ମହାରାଜ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ କରିଥିଲେ । ଶ୍ରୀମଦଭାଗବତ ପାରାୟଣ କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣ ଭଗବାନଙ୍କର ଜନ୍ମୋତ୍ସବ, ବାଲ୍ୟଲୀଳା, ରୁକୁଣୀ ହରଣ ଲୀଳା, ଆଦି ପ୍ରସଙ୍ଗ ପାରାୟଣ କରିବା ସହ ସମବେତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ପ୍ରାଞ୍ଜାଳ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ମଠର ମଧୂସୁଦନ ଦାସ ବାବା ପରିଚାଳନା କରିଥିଲେ । କରଣ ସାହି ସ୍ଥିତ ଜୟ ମହାବୀର ଧ୍ୟାନପୀଠ ସଂକୀର୍ତ୍ତନ ଦଳର ସବାପତି ବୀର କିଶୋର ପଟ୍ଟନାୟକଙ୍କ ଦ୍ୱାରା ମହାମନ୍ତ୍ର ନାମ ପରିବେଷଣ କରାଯାଇଥିଲା । ଏହି ପାରାୟଣରେ ମିଷ୍ଟାନ୍ନ ବଣ୍ଟନ, ପ୍ରସାଦ ବଣ୍ଟନ ଆଦି କାର୍ଯ୍ୟକ୍ରମ ହୋଇଥିଲେ । ସପ୍ତାହ ବ୍ୟାପୀ ଶ୍ରୀମଦଭାଗବତ ପାରାୟଣରେ ସହରର ବହୁ ସଂଖ୍ୟକ ଭକ୍ତ ବା ଶ୍ରଦ୍ଧାଳୁମାନେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା । ଏପରି ପାରାୟଣ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026