୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ମିଶନ ଶକ୍ତି ରେ ସହାୟକ ଷ୍ଟାଫ୍ ଭାବେ କାର୍ଯ୍ୟରତ ଏମ୍.ବି.କେ, କୃଷି ମିତ୍ର, ବ୍ୟାଙ୍କ୍ ମିତ୍ର,ସି.ଆର.ପି, ପ୍ରାଣୀ ମିତ୍ର ମାନଙ୍କୁ ତୁରନ୍ତ ସ୍ଥାୟୀ କରିବା ସହ ଦରମା ବୃଦ୍ଧି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା। ଆପଣ ମାନେ ଜାଣନ୍ତି ଯେ ମିଶନ ଶକ୍ତିରେ ସହାୟକ ଷ୍ଟାଫ ଭାବରେ କାମ କରୁଥିବା ଏମବିକେ , ସିଆରପି , ପ୍ରାଣୀମିତ୍ର , କୃଷିମିତ୍ର , ଏବଂ ବ୍ୟାଙ୍କମିତ୍ର ମାନେ ଦୀର୍ଘ ଦଶବର୍ଷ ଧରି କାମ କରୁଥିବା ବେଳେ ସେମାନଙ୍କୁ ସ୍ଥାୟୀ କରିବା ଓ ତାଙ୍କର ଦରମା ବୃଦ୍ଧି ନ ହେବା ଅତି କ୍ଷୋଭର ବିଷୟ ଏବଂ ତୁରନ୍ତ ଏହି ଦାବୀକୁ ଓଡ଼ିଶା ସରକାର ଗ୍ରହଣ କରିବା ଆମ୍ ଆଦମୀ ପାର୍ଟି ଦାବି କରୁଛି ।
ପ୍ରତ୍ୟକ ପଞ୍ଚାୟତରେ କାର୍ଯ୍ୟରତ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଅଧିକରୁ ଅଧିକ ଦାୟିତ୍ଵ ଦେବା ବେଳେ ସେମାନଙ୍କର ଚାକିରୀକୁ ସ୍ଥାୟୀ ନ କରିବା ଏବଂ ଦରମା ବୃଦ୍ଧି କରାନଯିବା ସରକାରଙ୍କର କର୍ମଚାରୀ ବିରୋଧୀ ମନୋଭାବକୁ ସ୍ପଷ୍ଠ କରୁଛିମିଶନ ଶକ୍ତିର କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ନେଇ ବିଜୁ ଜନତା ଦଳ ଦ୍ଵାରା ପ୍ରସ୍ତୁତ କରା ଯାଇଥିବା “ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ” ମଧ୍ୟଏହି ଦାବୀ ପୂରଣ ପାଇଁ ଫେବୃଆରି ୨୦ ତାରିଖରେ ରାଜରାସ୍ତାକୁ ଓହ୍ଲାଇଥିଲା । ୨୦ ହଜାର ଏମବିକେ , ସିଆରପି , ପ୍ରାଣୀମିତ୍ର ,କୃଷିମିତ୍ର , ବ୍ୟାଙ୍କମିତ୍ର ଏବଂ ଏଲ ଏସ ପି ଏହି ଆନ୍ଦୋଳନରେ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିଲେ ।

