Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟ ପକ୍ଷରୁ ତଥା ସୋସିଓ କଲ୍ଚୁରାଲ ଡେଭଲପମେଣ୍ଟ ସେଣ୍ଟର ଓଡ଼ିଶା ସହଯୋଗରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟର +୨ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନମେଳାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବୈଜ୍ଞାନିକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ କୌଶଳ, ଜ୍ଞାନ ସମ୍ପର୍କରେ ସଚେତନ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଅମ୍ବିକା ଦେବୀ କୁନି ବୈଜ୍ଞାନିକ ମାନଙ୍କ ପ୍ରକଳ୍ପ ଦେଖିବା ସହ ସେମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସଫଳ ବୈଜ୍ଞାନିକ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ବିଜ୍ଞାନ ମେଳାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ, ଚାର୍ଟ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ବିଜ୍ଞାନ ବିଷୟ ସମ୍ପର୍କିତ କୁଇଜ୍, ଆଲୋଚନାଚକ୍ର, ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା l ଏହି ଅବସରରେ ବିଜ୍ଞାନ ପ୍ରକଳ୍ପ ବିଚାରକ ଭାବେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ଼.ଅଳକା ପଣ୍ଡା, ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା, ସ୍ଥାନୀୟ ମହିଳା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ନିବେଦିତା ମାଝି, ଚିତ୍ର ବିଭାଗର ବିଚାରକ ଭାବେ ଶ୍ରୀ ମୂରଲୀଧର ପରିଚ୍ଛା, ଶ୍ରୀ ନରସିଂହ ପଟ୍ଟନାୟକ ସହଯୋଗ କରିଥିଲେ। ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡ଼.ଶଙ୍କର ପ୍ରସାଦ ବକ୍ସି ତଥା ଅତିଥି ବୃନ୍ଦ ବିଜ୍ଞାନ ମେଳାରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହିତ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତତ୍ବାବଧାନରେ ତଥା ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟା ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ, ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ସୁଶ୍ରୀ ଶିବାନୀ ରଥ, ସୁଶ୍ରୀ ତପସ୍ଵିନୀ ବିଷୋୟୀ,ସୁଶ୍ରୀ ରଶ୍ମିରାଣୀ ପାତ୍ରଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ସହ ପ୍ରଧାନାଚାର୍ଯ୍ୟ-ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ by Proprietor Abhimanyu Maharana October 14, 2026 କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ by Proprietor Abhimanyu Maharana October 14, 2026 Vedanta Aluminium Deploys Solar Infra for Reliable Lighting and Drinking in Kalahandi and Rayagada by Proprietor Abhimanyu Maharana October 14, 2026 ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026