୦୧ ମାର୍ଚ୍ଚ ,ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- ଭାରତ ସ୍ଵାଧିନତା ପାଇବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରି ଆସୁଥିବା ବେଳେ ରାୟଗଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଅନେକ ଗାଁ ଅଛି ଯେଉଁ ଗାଁ କୁ ରାସ୍ତା ଖଣ୍ଡିଏ ନାହିଁ , କିଛି ଗାଁ ଏବେ ମଧ୍ୟ ସ୍ବାଧୀନତାର ସ୍ଵାଦ ଚାଖିନଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଗାଁ ହେଉଛି ରାୟଗଡ଼ା ଜିଲ୍ଲା ର କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡା ଗାଁ ଏହି ଗାଁ ଜଳବନ୍ଦୀ ଭିତରେ ରହିଥିବା ବେଳେ ବହୁଦିନ ହେଲା ଉକ୍ତ ଗ୍ରାମରେ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଗ୍ରାମବାସି ମାନେ ଦାବୀ କରିଆସୁଛନ୍ତି । କିନ୍ତୁ ତାଙ୍କ ଗୁହାରୀ କେହି ଶୁଣୁ ନଥିବା ଗ୍ରାମବାସୀ କହିଥିବା ବେଳେ । 
ଗତ ବର୍ଷ ଶାସକ ଦଳର ନେତା ମନ୍ତ୍ରୀଙ୍କ ସହ ଯାଇ ପଞ୍ଚାୟତ ଠାରୁ କାହ୍ନୁ ଗୁଡା ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ଭିତ୍ତପ୍ରସ୍ତର ସ୍ଥାପନ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟ ହେଲା କିନ୍ତୁ ଉକ୍ତ ରାସ୍ତା କାହ୍ନୁ ଗୁଡା ଗ୍ରାମକୁ ସଂଯୋଗ ହୋଇନଥିବା ଗ୍ରାମବାସୀ ମାନେ କହିଛନ୍ତି । ଏ ନେଇ କାହ୍ନୁ ଗୁଡା ଗ୍ରାମରେ ଗ୍ରାମବାସୀ ତଥା ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବି ଙ୍କୁ ନେଇ ଏକ ବୈଠକ ବସିଥିଲା , ଉକ୍ତ ବୈଠକରେ ନିଷ୍ପତ୍ତି ନିଆଗଲା ଓ ଏକ ଜନମଞ୍ଚ ଗଠନ କରାଯାଇ ଉକ୍ତ ଜନମଞ୍ଚ ରେ ଗ୍ରାମବାସୀ ସହ ନେତା, ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସାମିଲ କରାଯାଇ ଏକ ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସୂଚନା ମୁତାବକ ରାୟଗଡ଼ା ଜିଲ୍ଲାପାଳଙ୍କୁ ମିଶି ଏହି ବିଷୟ କୁ ଉପସ୍ଥାପନା କରିବା ସହ ୧୫ ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ ନକଲେ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟଳୟ ଆଗରେ ଗଣ ଧାରଣା ଦିଆଯିବ ବୋଲି ଉକ୍ତ ଗ୍ରାମର ତହସିଲ ମାଝୀ, ଶଙ୍କର ମାଝୀ, କୃଷ୍ଣ ମାଝୀ, ଦୀନବନ୍ଧୁ ମାଝୀ ଓ ଟଙ୍କଧର ସାହୁ କହିଛନ୍ତି । ସୂଚନା ମୁତାବକ କିଛି ବର୍ଷ ପୂର୍ବେ ବର୍ଷା ଦିନରେ ନଦୀ ପାର ହୋଇ ବାହାର ଗାଁ କୁ ଯିବା ସମୟରେ ୨ ଜଣ ବ୍ୟକ୍ତି ଭାସିଯାଇ ପ୍ରାଣ ହରାଇଥିବା ବେଳେ ଗର୍ଭବତୀ ମହିଳାଙ୍କୁ ଖଟିଆ ଓ ଚୌକି ରେ ବୋହି ପାର କରିବା ଦୃଶ୍ୟ ନିତିଦିନିଆ ହୋଇଗଲାଣି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ଗ୍ରାମରେ ଗୋଟିଏ ସ୍ୱାସ୍ଥ୍ୟ ଉପ କେନ୍ଦ୍ର ଥିବା ବେଳେ ଏଯାବତ୍ ଏହାର ଶୁଭାରମ୍ଭ ହୋଇନଥିବା ଓ ଅଙ୍ଗନୱାଡ଼ି କେନ୍ଦ୍ର କଥା ନକହିବା ଭଲ ବୋଲି ତହସିଲ ମାଝି କହିଛନ୍ତି । ଏହି ଗ୍ରାମରେ ରାସ୍ତା ଖଣ୍ଡିଏ ନଥିବା ବେଳେ ଗାଁ ର ଉନ୍ନତି କିଭଳି ହୋଇଛି ତାହା ଏହି ଗାଁକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ।
