ଦନ୍ଦରାବାହାଲ ଠାରେ ଚିନାବାଦାମ ଚାଷ ଉପରେ କୃଷକ ତାଲିମ ଶିବିର ଅନୁଷ୍ଠିତ

୦୧ ମାର୍ଚ୍ଚ ,ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ପାଟଣାଗଡ ବ୍ଲକ ଅନ୍ତର୍ଗତ ଘୁଚେପାଲି ପଞ୍ଚାୟତ ଦନ୍ଦ୍ରାବାହାଲ ଗ୍ରାମ ଠାରେ ଏକ  କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କୃଷକ ତାଲିମ ଶିବିର ରେ ଚିନାବାଦାମ ଚାଷ ଉପରେ ତାଲିମ ପ୍ରଦାନ କରାଯାଇଥିଲା ।  କିପରି ଚିନାବାଦାମ ଚାଷ ରେ ରୋଗପୋକ ରକ୍ଷା କରାଯାଇ ପାରିବ ଏବଂ ଅଧିକ ଅମଳ ହୋଇପାରିବ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା ।ଉକ୍ତ ଶିବିରରେ ତାଲିମ ଦାତା ଭାବେ – ଏଡିଓ -ବାବଳୀ ଚରଣ ସେଠି, ବ୍ଲକ କୃଷି ଅଧିକାରୀ – ହରେକୃଷ୍ଣ ପଣ୍ଡା,  ସହକାରୀ କୃଷି ଅଧିକାରୀ – ପିଙ୍କୁସେନ କର ଚାଷି ମାନଙ୍କ ପ୍ରଦର୍ଶନ ଗତ ଶିକ୍ଷା ସହ ମୌଖିକ ତାଲିମ ପ୍ରଦାନ କରିଥିଲେ | ଏହି ଶିବିର ରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଚାଷୀ ମାନେ ଅଂଶଗ୍ରହଣ କରିଥିଲେ । ଏହି ଉକ୍ତ ଶିବିରରେ କୃଷକ ସାଥି – ଲିଙ୍ଗେଶ୍ୱର ଧରୁଆ, ଏବଂ ପଞ୍ଚାୟତ ସ୍ତରୀୟ ସରକାରୀ ସ୍ୱୀକୃତି ପ୍ରାପ୍ତ ଡିଲର – ନିରୋଜ ପଟେଲ, ଓ ଦନ୍ଦ୍ରାବାହାଲ ଜଳବିଭାଜିକା ସମ୍ପାଦକ – ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ |

Exit mobile version