ପାଟଣାଗଡ଼ ଠାରେ ସାଂସଦ ଙ୍କ ଦ୍ଵାରା ମାତୃ ଓ ଶିଶୁ ଚିକିତ୍ସାଳୟ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

୦୧ ମାର୍ଚ୍ଚ ,ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ନିକଟସ୍ଥ ଗଙ୍ଗା ସାଗର ଠାରେ ୫୦ ଶଯ୍ୟା ବିଶଷ୍ଟ ଚିକିତ୍ସାଳୟ ର ନିର୍ମାଣ ପାଇଁ ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓଙ୍କ ଦ୍ୱାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ନିର୍ମାଣ ପାଇଁ ୧୧କୋଟି ୬୫ଲକ୍ଷ ୮୦ହଜାର ୪୮୯ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି । ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ବେହେରା, ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଅରୁଣ ପ୍ରକାଶ ଟେଟେ ଓ କନିଷ୍ଠ ଯନ୍ତ୍ରୀ ଅମିତ ସାମଲଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।ସୂଚନା ଅନୁସାରେ ଚିକିତ୍ସାଳୟ ନିର୍ମାଣ ପାଇଁ ଆଗମି ଦୁଇ ବର୍ଷ ମଧ୍ୟରେ ଶେଷ କରାଯିବ ବୋଲି ଜଣାପଡିଛି । ଏଥିରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ନଗର ବିଜେପି ସଭାପତି ସୁଶାନ୍ତ କୁମାର ମହାନ୍ତି, ମୁନା ଦରୁଆନ, ପ୍ରଦୀପ ବଂଶଲ, ବାବୁଲା ଦାସ, ବିଶ୍ୱଜିତ ହୋତା, ଓମ ପ୍ରକାଶ ଯୋଶୀ , ପ୍ରଶାନ୍ତ ଦାସ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Exit mobile version