
୦୧ ମାର୍ଚ୍ଚ ,ବୁଧବାର (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- ପୁଣି ଆଜି ଏକ ଅସହାୟ ବୃଦ୍ଧ ଙ୍କ ସବ ସତ୍କାର କରିଛି ଟିମ୍ ହ୍ୟୁମାନିଟି କନ୍ଧମାଳ। ସୂଚନା ପ୍ରକାରେ ଫୁଲବାଣୀ ସହର ପିଅନ ପଡ଼ା ମା ମଙ୍ଗଳା ସାହି ବାସିନ୍ଦା ଅଟନ୍ତି ମୃତ ଦିବାକର ପଣ୍ଡା। ପରିବାର କହିଲେ ବୃଦ୍ଧ ବାପା,ଦୁଇ ଭଉଣୀ ଏବଂ ଜଣେ ଭାଇ। ସେ ଅସୁସ୍ଥତା ଯୋଗୁଁ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଘରେ ରହି ମେଡିସିନ ଖାଇ ଚିକିତ୍ସିତ ହେଉଥିବା ସମୟ ମଧ୍ୟରେ ଆଜି ସକାଳେ ତାଙ୍କର ମୃତ୍ୟୁ ହେଇଥିଲା। ସବ ସତ୍କାର କରିବା ପାଇଁ ପାଖରେ କେହି ସହାୟ ବ୍ୟକ୍ତି ବିଶେଷ ନ ଥିବା ଜାଣି ଘର ପରିବାର ଟିମ୍ ହ୍ୟୁମାନିଟି କନ୍ଧମାଳ କୁ ସହଯୋଗ ମାଗିଥିଲେ। ଟିମ୍ ସଦସ୍ୟ ଭି.ଜଗନ୍ନାଥ ରାଜୁ , ପ୍ରଫୁଲ୍ଲ କୁମାର ପୃଷ୍ଟି , ସାଇରାମ ପାତ୍ର ,ସନ୍ତୋଷ କୁମାର ବାରିକ ରବୀନ୍ଦ୍ର ମହାରଣା ,ଭି ଲୋକନାଥ ରାଜୁ, ଅନୁପ ବିକ୍ରମ ପାତ୍ର ଏବଂ ସସ୍ମିତା ସାହୁ ପ୍ରମୁଖ ସମ୍ପୁର୍ଣ୍ଣ ଭାବେ ସହଯୋଗ କରି ରୀତି ନିତି ହିସାବରେ ସ୍ଥାନୀୟ ପିଅନ ପଡ଼ା ସ୍ମଶାନ ରେ ସବଦାହ କରିଥିଲେ।

