Home ଓଡ଼ିଶା ସାମାନ୍ୟ ବଚସାରୁ ହତ୍ୟା ଉଦ୍ୟମ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୧ ମାର୍ଚ୍ଚ ,ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନିଶାସକ୍ତ ସ୍ୱାମୀର ନୃଶଂସ କାଣ୍ଡ । ମଦ ପିଇ କାତିରେ ସ୍ତ୍ରୀକୁ କଲା ଆକ୍ରମଣ । ସାମାନ୍ୟ ବଚସାରୁ ନିଜ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଛି ସ୍ୱାମୀ । ଅଳ୍ପକେ ବର୍ତ୍ତି ଯାଇଛି ସ୍ତ୍ରୀ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ କୁଆଁପଡ଼ା ଗ୍ରାମରେ । ପାରିବାରିକ କଳହକୁ ନେଇ ସ୍ୱାମୀ ଚୈତନ୍ୟ ନାୟକ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀ ପିଙ୍କି ନାୟକଙ୍କୁ ହତ୍ୟା ଉଦ୍ୟମ କରିଛି । ଜୀବନରୁ ମାରି ଦେବାକୁ ଚେଷ୍ଟା କରି ଗୋଟିଏ କାତି ସାହାଯ୍ୟରେ ସ୍ତ୍ରୀର ବେକକୁ ଚୋଟ ପକେଇବା ପାଇଁ ଉଦ୍ୟମ କଲାବେଳେ ଅଳ୍ପକେ ବର୍ତ୍ତି ଯାଇଛି ସ୍ତ୍ରୀ । ବେକରେ ନ ବାଜି ସ୍ତ୍ରୀର ଗାଲରେ ବାଜିଛି । ରକ୍ତ ଯୁଡୁବୁଡୁ ଅବସ୍ଥାରେ ପ୍ରାଣ ପଣେ ନିଜ ଜୀବନ ବଞ୍ଚାଇ ମହେନ୍ଦ୍ରଗଡ ନିଜ ମଉସା ଘରକୁ ଧାଇଁ ଆସିଥିଲେ ପିଙ୍କି । ମଉସାଙ୍କ ପରିବାର ଲୋକେ ତାଙ୍କୁ ଆଣି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡକ୍ଟର ସାଗର ନାୟକ ତାଙ୍କୁ ବ୍ରହ୍ମପୁର ଯିବାକୁ ପରାମର୍ଶ ଦେବା ସହ ଆର ଉଦୟଗିରି ଥାନାକୁ ମଧ୍ୟ ଖବର ଦେଇଥିଲେ । ହେଲେ ପୋଲିସ୍ ମଧ୍ୟ ଡାକ୍ତରଖାନାରେ ପହଞ୍ଚିନଥିଲେ । ଏନେଇ ଗୁରୁତର ପିଙ୍କି ନାୟକ କହିଛନ୍ତି ମୁଁ ଥାନାରେ ଅଭିଯୋଗ କଲେ ମଧ୍ୟ ମତେ ଘରେ ରଖେଇ ଦେବିନି ବୋଲି ଧମକ ଦେଇଛି ସ୍ୱାମୀ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ by Proprietor Abhimanyu Maharana October 14, 2026 କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ by Proprietor Abhimanyu Maharana October 14, 2026 Vedanta Aluminium Deploys Solar Infra for Reliable Lighting and Drinking in Kalahandi and Rayagada by Proprietor Abhimanyu Maharana October 14, 2026 ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026