
୦୧ ମାର୍ଚ୍ଚ ,ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ବ୍ଳକ ସଦର ମହକୁମା ଠାରେ କମ୍ୟୁନିଷ୍ଟ ପାଟି ଓ ଆଦିବାସୀ ସଂଘର୍ଷ ମୋର୍ଚା ଏବଂ ଅଖିଳ ଭାରତ ଗ୍ରାମୀଣ କ୍ଷେତ୍ର ମଜଦୁର ସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରୁ ବାହାରି ମୁଖ୍ୟ ବଜାର ଦେଇ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ୧୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଜିଲ୍ଲା ସାଧାରଣ ସମ୍ପାଦକ ଦଣ୍ଡପାଣି ରଇତ, ଆଞ୍ଚଳିକ ସମ୍ପାଦକ ଗୋକୁଳ ଦଳବେହେରା, ଜିଲ୍ଲା କମିଟି ସଦସ୍ୟ ଅନାମ ମଣ୍ଡଳ, ସୁନାମ ମଣ୍ଡଳ, ସଣ୍ଢୁ ବଡରଇତ , ଶୁକୁ ଶବର, ଏସ୍ . ସାୟାଙ୍କ ସମେତ ବ୍ଳକର ବିଭିନ୍ନ ଅଞ୍ଚଳରୁ ଶତାଧିକ କାର୍ଯ୍ୟକତ୍ତା ଯୋଗ ଦେଇଥିଲେ । ବଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବ୍ୟାଙ୍କ୍ ଆକାଉଣ୍ଟ୍ ରେ ଜମା ନ କରି ପଞ୍ଚାୟତରେ ପ୍ରଦାନ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ଅଗଷ୍ଟ ୨୦୨୨ ରୁ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଭତ୍ତା ପାଇନଥିବା ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା, ସମ୍ବଲପୁର ପଞ୍ଚାୟତର ସିନ୍ଦିରାମପୁର ଠାରୁ ପାଇକପଦା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବା, ବିଭିନ୍ନ ଗ୍ରାମକୁ ରାସ୍ତା ନିର୍ମାଣ ସହ ପୁଷ୍ପାଙ୍ଗ ବାଲିତେନ୍ତୁଳି ସାହିକୁ ବିଦ୍ୟୁତ୍ ସଂଯୋଗୀକରଣ ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି ।

