Home ଓଡ଼ିଶା ମୋହନା ଥାନା ଅଧିକାରୀ ଙ୍କ ମହାନତା ଅସହାୟ ଗର୍ଭବତୀ ମହିଳା ଙ୍କୁ ମେଡ଼ିକାଲ୍ ରେ ପହଞ୍ଚାଇଲେ ଥାନା ଅଧିକାରୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ଙ୍କ ମହାନତା, ଜଣେ ଅସହାୟ ଗର୍ଭବତୀ ମହିଳା ଙ୍କୁ ସାହାଯ୍ୟ କରି ମାନବିକତା ର ପରିଚୟ ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ ନିଶିକା l ସୂଚନା ପ୍ରକାରେ ମୋହନା ଥାନା ଅଧୀନରେ ଥିବା କର୍ଚ୍ଚବାଡି ଗ୍ରାମ ର ଲତା ବେହେରା ଙ୍କୁ ଶ୍ୱଶୁର ଘର ଲୋକ ନ ପଚାରିବାରୁ ସେ ଦୀର୍ଘ ଦିନ ଧରି ଅସହାୟ ଅବସ୍ଥା ରେ ଏକା ରହୁଥିଲେ l ଗୁରୁବାର ଦିନ ରାତ୍ରି ସମୟରେ ଲତା ଙ୍କ ପ୍ରସବ ବେଦନା ହୋଇଥିଲା l ପାଖରେ କେହି ନଥିବାରୁ ସେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଷିକା ଙ୍କୁ ଫୋନ୍ କରି ସାହାଯ୍ୟ ମାଗିଥିଲେ l ପରେ ଥାନା ଅଧିକାରୀ ନିଷିକା ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, କିନ୍ତୁ ସେଠାରେ ପ୍ରସବ ହୋଇନପାରି ବେଦନା ଅଧିକ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠାଇବା ପାଇଁ କହିଥିଲେ l ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିସିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଛଟପଟ ହେଉଥିବା ମହିଳା ଲତାକୁ ବ୍ରହ୍ମପୁର mkcg ମେଡିକାଲ ପଠାଇବା ବ୍ୟବସ୍ଥା କରିଥିବା ସହ ନିଜ ବିଭାଗ କର୍ମଚାରୀଙ୍କୁ ଗର୍ଭବତୀ ଲତା ଙ୍କ ସଙ୍ଗରେ ପଠାଇଛନ୍ତି l ମୋହନା ଥାନା ଅଧିକାରୀଙ୍କ ଏହି ମହାନ ମାନବିକତା କାର୍ଯ୍ୟ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l Categories: ଓଡ଼ିଶା, ଗଜପତି, ହୋମ୍ Related Content ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ by Proprietor Abhimanyu Maharana October 14, 2026 କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ by Proprietor Abhimanyu Maharana October 14, 2026 Vedanta Aluminium Deploys Solar Infra for Reliable Lighting and Drinking in Kalahandi and Rayagada by Proprietor Abhimanyu Maharana October 14, 2026 ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026