ପାରଳାଖେମୁଣ୍ଡି ଖାଉଟି ଅଧିକାର ସୁରକ୍ଷା କମିଟି ,ପୌର ଆନୁକୁଲ୍ୟରେ ଖାଉଟି ଶୋଭାଯାତ୍ରାଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଖାଉଟି ଅଧିକାର ସୁରକ୍ଷା କମିଟିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତନୁଜା ଶତପଥୀ ଙ୍କ ନେତୃତ୍ୱରେ ଅନ୍ୟ ମାନଙ୍କ ସହଯୋଗରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି କରି ସରକାରଙ୍କ ନିକଟରେ ତିନୋଟି ଦାବି ଉପସ୍ଥାନ କରାଯାଇଥିଲା। ୧.ଖାଉଟି ମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇବା। ୨.ଖାଉଟି ମାନଙ୍କୁ ଦିଆଯାଉଥିବା ଇନ୍ଧନ ଗ୍ୟାସ ସମ୍ପର୍କରେ ସଚେତନତା ଓ ସିଲେଣ୍ଡର ପିଛା ୨୦ଟଙ୍କାଅଧିକ ନେଉଥିବା କୁ ରୋକିବା,

୩. ବିଦୁତ୍ ସ୍ମାର୍ଟ ମିଟର ଓ ବିଲ ପ୍ରତି ଉଚିତ୍ ସେବା। ଏ ସମ୍ପର୍କରେ ପ୍ରଶାସନକୁ ଦାବିପତ୍ର ଦିଆଯିବ। ଏହି ଶୋଭା ଯାତ୍ରାଓ କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା ସମାଜସେବୀ ଭାଗବତ ପାଢ଼ୀ, ହରିମୋହନ ପଟ୍ଟନାୟକ , ରୋକମ୍ ଲୋକନାଥ, ବାଳକୃଷ୍ଣ,ବାଙ୍ଗାରୀ, ବିଚିତ୍ରାନନ୍ଦ ବେବର୍ତ୍ତା ,ପି.ତ୍ରିନାଥ,ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଭାଗ ନେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Exit mobile version