୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଗୋଛାପଡା :- କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ର ଗୋଛାପଡା ସ୍ଥିତ ବିଏସଏଫ କ୍ୟାମ୍ପ ତରଫରୁ ଆଜି ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଆୟୋଜିତ କାର୍ଯ୍ୟକ୍ରମ ର ମୁଖ୍ୟ ଭାବେ ବିଏସଫ ସହଯୋଗୀ କମାଣ୍ଡାଣ୍ଟ ତଥା ମେଡିକାଲ ଅଫିସର ଶ୍ରୀ ଅଙ୍କୁଶ ରାୱଲ ପରିଚାଳନା କରିଥିଲେ । ଏହି ଶିବିର ରେ ୨୦୫ଜଣ ପୁରୁଷ ଙ୍କୁ, ୧୮୦ ଜଣ ସ୍ତ୍ରୀ, ୮୫ ଶିଶୁ ଏବଂ ୮୫ ଛାତ୍ର ଛାତ୍ରୀ ଙ୍କୁ ସ୍ବାସ୍ଥ୍ୟ ପରିକ୍ଷା ନିରିକ୍ଷା କରିଥିଲେ।
ଏବଂ ଆବଶ୍ୟକ ମେଡିସିନ ପ୍ରଦାନ କରିଥିଲେ। ଏହି ଶିବିର ଟିକୁ ଇନ୍ସପେକ୍ଟର ଶ୍ରୀ କେ ଭି ସିଂ, ଏବଂ ଜଣେ ନର୍ସ ୫ ଜଣ ସବାର୍ଡିନେଟ ଅଫିସର, ୨୦ ଜଣ ଜବାନଙ୍କ ସହଯୋଗ ରେ ସୁଚାରୁରୂପେ ସମ୍ପାଦନା କରାଯାଇପାରିଥିଲା। କାର୍ଯ୍ୟକ୍ରମ ରେ ସ୍ଥାନୀୟ ସଲାଗୁଡା ସରପଞ୍ଚ ଶ୍ରୀ ରୋହିତ କହଁର ଏବଂ ପ୍ରଧାନ ଶିକ୍ଷକ (ଉ ପ୍ରା. ବିଦ୍ୟାଳୟ ଗୋଛାପଡା) ମଧ୍ୟ ସହଯୋଗ କରିଥିଲେ। ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ସମୟରେ ଗ୍ରାମ ର ଶିଶୁ ଏବଂ ଗ୍ରାମବାସୀଙ୍କୁ ବିସ୍କୁଟ, ମିଠେଇ ଆଦି ବଣ୍ଟନ କରାଯାଇଥିଲା। ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବାହିନୀ ଙ୍କ ଏଭଳି ବିଭିନ୍ନ ପ୍ରକାରର କ୍ୟାମ୍ପ କରିବା ଦ୍ବାରା ସ୍ଥାନୀୟ ବାସିନ୍ଦା ସେମାନଙ୍କ ନିକଟତର ହେଇ ପାରିବେ ଏବଂ ସୀମା ବାହିନୀ ଙ୍କ ବିଶ୍ୱାସ କରି ନିର୍ଭୟ ସହକାରେ ସାଧାରଣ ଜୀବନ ଜୀବିକା ନିର୍ବାହ କରିପାରିବେ ବୋଲି ମତାମତ ରଖିଛନ୍ତି ସହଯୋଗୀ କମାଣ୍ଡାଣ୍ଟ ଶ୍ରୀ ରାୱଲ୍।

