Home ଓଡ଼ିଶା ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବିରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ମାନବ ଶୃଙ୍ଖଳ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଭାରତ ହିନ୍ଦୁ ରାଷ୍ଟ୍ର ଘୋଷିତ ହେଲେ ଆମର ପିଲାମାନେ ଉଚ୍ଚ ନୈତିକ ଆଦର୍ଶ ମୂଲ୍ୟବୋଧଭିତ୍ତିକ ଶିକ୍ଷାଲାଭ କରି ବିଶ୍ୱ ଦରବାରରେ ଭାରତର ହୃତ ଗୌରବ ଫେରାଇ ଆଣିବେ ବୋଲି ସେ କହିଛନ୍ତି ୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସାମ୍ବିଧାନିକ ରୂପେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ଦାବିରେ ଆଜି ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏକ ମାନବ ଶୃଙ୍ଖଳ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ଆୟୋଜିତ ହୋଇଥିବା ଏହି ମାନବ ଶୃଙ୍ଖଳାରେ ଯୋଗ ଦେଇ ସଙ୍ଗଠନର ପ୍ରାଦେଶିକ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାହୁ କହିଲେ ଯେ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ରଖିବା ସହ ସାମାଜିକ ସମରସତା ରକ୍ଷା କରିବାକୁ ହେଲେ ଏହାକୁ ସାମ୍ବିଧାନିକ ଭାବରେ ହିନ୍ଦୁରାଷ୍ଟ୍ର ବୋଲି ଘୋଷଣା କରିବାକୁ ହେବ । ଏଥିପାଇଁ ଯାହା କିଛି ପ୍ରକ୍ରିୟା ରହିବ ସେଥିପାଇଁ ସମସ୍ତ ଧର୍ମର ବ୍ୟକ୍ତି ବିଶେଷ ସହଯୋଗ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଅବସରପ୍ରାପ୍ତ ଲେ. କର୍ଣ୍ଣେଲ ଉମାକାନ୍ତ ମିଶ୍ର କହିଛନ୍ତି ଯେ ସାରା ବିଶ୍ୱରେ ଗୋଟିଏ ମଧ୍ୟ ହିନ୍ଦୁ ରାଷ୍ଟ୍ର ନଥିବା ଯୋଗୁଁ ହିନ୍ଦୁମାନଙ୍କ ଉପରେ କୌଣସି ପ୍ରକାର ଅତ୍ୟାଚାର ହେଲେ କେହି ବି ନାହାନ୍ତି ସ୍ୱର ଉତ୍ତୋଳନ କରିବା ପାଇଁ । ଭାରତ ଏକମାତ୍ର ଦେଶ ଯେଉଁଠି ପୃଥିବୀରେ ବସବାସ କରୁଥିବା ହିନ୍ଦୁ ଜନସଂଖ୍ୟାର ଶତକଡ଼ା ଅଶୀ ଭାଗରୁ ଉର୍ଦ୍ଧ୍ବ ହିନ୍ଦୁ ଧର୍ମର ଲୋକମାନେ ବାସ କରନ୍ତି । ଏଣୁ ସାରା ବିଶ୍ୱର ହିନ୍ଦୁ ଅତ୍ୟନ୍ତ ବ୍ୟାକୁଳ ହୋଇ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବରେ ଦେଖିବାକୁ ଅପେକ୍ଷା କରିଛନ୍ତି । ଏଣୁ ଭାରତ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି । ଭାରତ ସରକାରଙ୍କ ଉପରେ ଜନସାଧାରଣ ଏଥିପାଇଁ ଚାପ ସୃଷ୍ଟି କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ବିସ୍ତାରକ ନିରଞ୍ଜନ ମହାନ୍ତି ହିନ୍ଦୁ ରାଷ୍ଟ୍ରର ସମାଜ ପାଇଁ ଉପଯୋଗୀତା ଉପରେ ଆଲୋକପାତ କରିଥିଲେ । ଭାରତ ହିନ୍ଦୁ ରାଷ୍ଟ୍ର ଘୋଷିତ ହେଲେ ଆମର ପିଲାମାନେ ଉଚ୍ଚ ନୈତିକ ଆଦର୍ଶ ମୂଲ୍ୟବୋଧଭିତ୍ତିକ ଶିକ୍ଷାଲାଭ କରି ବିଶ୍ୱ ଦରବାରରେ ଭାରତର ହୃତ ଗୌରବ ଫେରାଇ ଆଣିବେ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବକୀନନ୍ଦନ ଓଝା, ବିଶ୍ୱଜିତ ରାଉତ, ମନୋଜ ଆଚାର୍ଯ୍ୟ, ବାସୁଦେବ ବେହେରା, ଆଡଭୋକେଟ ବସନ୍ତ ଖିଲାର, ଅଜିତ ଦାସ, ଅଜିତ ବେହେରା, ପ୍ରଦୀପ ପଟ୍ଟନାୟକ, କୃପାନିଧି ମିଶ୍ର, ଡମ୍ବରୁ ପ୍ରଧାନ, ନୀଳମାଧବ ଦାଶ, ଚିତ୍ତରଞ୍ଜନ ସୁବୁଦ୍ଧି, ଜଗନ୍ନାଥ ମୁଦୁଲି, ବନିତା ସାମଲ, ଦେବେନ୍ଦ୍ର କୁମାର ଦାସ, ସୁଷମା ପଟ୍ଟନାୟକ, ଇନ୍ଦିରା ଦାଶ, ସିପ୍ରା ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ । ଦୀନବନ୍ଧୁ ଷଡ଼ଙ୍ଗୀ, ପ୍ରଦେଶ ଉପାଧ୍ୟକ୍ଷ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ, ଓଡ଼ିଶା – ମୋ : 7978716879 / 79785 97155 Categories: ଓଡ଼ିଶା, ଦେଶ, ବିଶ୍ଵ, ମହାନଗର, ହୋମ୍ Related Content ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026