ବଡଗଡ – ଜଗନ୍ନାଥ ଆଶ୍ରମ ଚାରିଥାକିଆ ରାସ୍ତାର ଭିତ୍ତପ୍ରସ୍ତର

୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧୀନ ବଡଗଡ ଛକ ଠାରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ବିଶିଷ୍ଟ ରାସ୍ତା ପାଇଁ ୪.୨୮ କୋଟି ଟଙ୍କାର ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯିବ। ଆଜି ଏହି କାର୍ଯ୍ୟକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଥିଲେ । ଏହି ଚାରିଥାକିଆ ରାସ୍ତାଟି ନିର୍ମାଣ ହେଲେ ବଡଗଡ,ବଡଗଡ ବ୍ରିଟ,ପାଣ୍ଡବ ନଗର,ଇ ଏ କଲୋନୀ, କଳିଙ୍ଗ ବିଜୁ ଆଦର୍ଶ କଲୋନୀ ପ୍ରଭୁତି ଅଞ୍ଚବାସୀଙ୍କ ଗମନା ଗମନର ସୁବିଧା ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥିନୀୟ କର୍ପୋରେଟର ଅଜିତ ବେହେରା, ସନ୍ତୋଷ ସିଂ,ପୂର୍ବତନ କର୍ପୋରେଟର ଅଶୋକ କୁମାର ସିଂହ, ପରମେଶ୍ୱର ଧଳ. ମନୋଜ କୁମାର ପାଢ଼ୀ.ଶିଖର ଦାଶ.ଭାରତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version