ପ୍ରଥମ ରାଜ୍ୟ ସ୍ତରୀୟ କ୍ଷୁଦ୍ର ସଚେତନତାଧର୍ମୀ କ୍ଷୁଦ୍ର ଚଳଚିତ୍ର ମହୋତ୍ସବ ଚମକ ଉଦଯାପିତ

୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଗାନ୍ଧି ପଡ଼ିଆରେ ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତା ମୂଳକ କ୍ଷୁଦ୍ର ଚଳଚିତ୍ର ମହୋତ୍ସବ ଚମକ – ୨୦୨୩ ଉଦଯାପିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ତଥା ମହୋତ୍ସବ ଚମକ ର ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇ ଏଭଳି ମହୋତ୍ସବ ଓଡ଼ିଶା ଇତିହାସରେ ପ୍ରଥମ ହୋଇଥିବା ବେଳେ ଏହା କେବଳ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ହୋଇ ପାରିଥିବା କହିଥଲେ।ବିଶିଷ୍ଟ ଅତିଥି ଭାବେ ନାଲକୋ ର ଉପ ମହାପ୍ରବନ୍ଧକ ବିଦିପ୍ତ ଚନ୍ଦ୍ର ରାୟ,ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ଏନ୍ ଏ ସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ,ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନପୂର୍ବତନ ଜିଲ୍ଲା ପରିଷଦ ସତ୍ୟଭାମା ନାୟକ,ଚମକ ର ବରିଷ୍ଠ ସଦସ୍ୟ ତ୍ରିନାଥ ସାହୁ,ପଞ୍ଚାନନ ବେହେରା ଏବଂ ସମ୍ପାଦିକା ଶୁଭଶ୍ରୀ ସନମ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସମାଜକୁ ଶୃଙ୍ଖଳିତ ,ଉନ୍ନତ କରିବାକୁ ହେଲେ ଯୁବ ପିଢ଼ି ସଚେତନ ହେବା ଆବଶ୍ୟକ ଏବଂ ଯୁବ ପୀଢ଼ି କୁ କିପରି ବିକଶିତ କରାଯାଇପାରିବ ତାହା ଚମକ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଶପଲ୍ଲା ବିଧାୟକ କହିଥିଲେ ।ତତ୍ ସହିତ ସମାଜରେ ଉପୁଜିଥିବା ବ୍ୟାଧି କେବଳ ସଚେତନତା ମାଧ୍ୟମରେ ଦୂରୀଭୂତ କରାଯାଇପାରିବ ବୋଲି କହିଥିଲେ ।ନିଶା ବିରୁଦ୍ଧରେ ଏକ ସଚେତନ ମୂଳକ କ୍ଷୁଦ୍ର ଚଳଚିତ୍ର ବାପା ପ୍ରଥମ ,ମୁଁ ନୁହେଁ ଶ୍ରମିକ ଦ୍ଵିତୀୟ ଏବଂ ଧରିତ୍ରୀ କ୍ଷୁଦ୍ର ଚଳଚିତ୍ର କୁ ତୃତୀୟ ଚଳଚିତ୍ର ପୁରସ୍କାର ପ୍ରଦାନ କରିଥିଲେ ଦଶପଲ୍ଲା ବିଧାୟକ । ଏହି କାର୍ଯ୍ୟକ୍ରମ ରେ ସର୍ବୋତ୍ତମ ପୁରୁଷ କଳାକାର ଆକାଶ ରାଉତ,ସର୍ବୋତ୍ତମ ନାରୀ କଳାକାର ଧରିତ୍ରୀ , ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ସର୍ବୋତ୍ତମ ଶ୍ରେଷ୍ଠ କାହାଣୀ ଭାବେ ଏକ ଅବୁଝା ଗାଁ କୁ ଅତିଥି ମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଚନ୍ଦ୍ର ବିଜୟୀ ମିଶ୍ର ।

 

Exit mobile version