କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିବା ଦୁର୍ବୃତ ଗିରଫ

୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନ  :- ଭୁବନ ଥାନା ଅନ୍ତର୍ଗତ ନୟାନୀଳକଣ୍ଠପୁର ଗ୍ରାମର କଳ୍ପତରୁ ରାଉତ ଙ୍କ ପୁଅ ବାସୁଦେବ ରାଉତ ଙ୍କୁ ଟଙ୍କା ଠକେଇ ଅଭିଯୋଗରେ ଭୁବନ ପୋଲିସ ଗିରଫ କରିଛି । ରାଜ୍ୟର ବିଭିନ୍ନ ଥାନାରେ ତାଙ୍କ ନାମରେ ଅର୍ଥ ଠକେଇ ଅଭିଯୋଗ ଥିଲା । ଜଗତସିଂହପୁର , ବାଲେଶ୍ୱର , ସୁକିନ୍ଦା , ଢେଙ୍କାନାଳ ଥାନାରେ ତାଙ୍କ ନାମରେ ଏକାଧିକ ମାମଲା ଥିବା ବେଳେ ଭୁବନ ଥାନାରେ ମଧ୍ୟ ୬ ଟି ମାମଲା ରହିଛି । ଦୀର୍ଘ ଦିନ ହେଲା ସେ ଫେରାର ଥିଲେ । ଭୁବନ ଥାନା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ କୁଖ୍ୟାତ ଠକ ବାସୁଦେବଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ସକାଶେ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Exit mobile version