Home ଓଡ଼ିଶା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗଦାନ ଦେଲେ ରାଜ୍ୟ ସଭା ସାଂସଦ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ବର୍ଭମାନ ଯୁଗରେ ଆଧୁନିକତାର ସ୍ପର୍ଶକାତ ଯୋଗୁଁ ସମାଜ ରେ ବିଭିନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଛି ତେଣୁ ଶୃଙ୍ଖଳିତ ସମାଜ ଗଠନ ପାଇଁ ଆଧ୍ୟାତ୍ମିକ ଚିନ୍ତନ କରିବା ପାଇଁ ଯୁବପିଢି ଙ୍କୁ ଆହ୍ୱାନ । ୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମ ରେ ଗତ ୨୨ ତାରିଖ ରୁ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାରୋହ ଶୁଭାରମ୍ଭ ହୋଇଛି । ଏହି ଅବସରରେ ମନ୍ଦିର କମିଟି ଙ୍କ ଆହ୍ୱାନ କ୍ରମେ ରାଜ୍ୟ ସାଂସଦ ନିରଞ୍ଜନ ବିଶି ଓ ତାଙ୍କ ଧର୍ମପତ୍ନୀ ନିଲାଞ୍ଚି ବିଶି ଯୋଗଦେଇ ହୋମ ଯଜ୍ଞରେ ଭାଗନେବା ସହ ଅନୁଷ୍ଠିତ କଂସ ଦରବାର ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ବର୍ତ୍ତମାନ ଆଧୁନିକ ଯୁଗରେ ଲୋକେ ଏବଂ ଯୁବପିଢି ମୋବାଇଲ ଇନଟରନେଟ ଫେସବୁକ ,ୱ।ର୍ସଫ ରେ ବ୍ୟସ୍ତ ବ୍ୟସ୍ତତା ଭିତରେ ରହି ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିପାରୁ ନାହାଁନ୍ତି । ଯାହାଫଳରେ ସମାଜ ରେ ନାନା ପ୍ରକାର ବିଶୃଙ୍ଖଳା ମାନ ସୃଷ୍ଟି ହେଉଛି । ଆଧୁନିକତାର ସ୍ପର୍ଶ ଯୋଗୁଁ ବିଶେଷ କରି ଗାଁ ମାନଙ୍କରେ ଭାଗବତ ଟୁଙ୍ଗି ପୁରାଣ ପାଠ ଆଦି ଲୋପ ପାଇବାରେ ବସିଲାଣି ଯଦଦ୍ଵାରା କି ଧିରେ ଧିରେ ଭାରତୀୟ ଆଧ୍ୟାତ୍ମିକ ସାଂସ୍କୃତିକ ଲୋପ ପାଇବାକୁ ବସିଲାଣି ଯାହାଫଳରେ ସମାଜ ରେ ବିଭିନ୍ନ ସମୟରେ ବିଶୃଙ୍ଖଳା ଦେଖାଦେଇଛି । ଶୃଙ୍ଖଳିତ ସମାଜ ଗଠନ କରିବା ପାଇଁ ଆଧ୍ୟାତ୍ମିକ ଚିନ୍ତନ ର ଆବଶ୍ୟକ ରହିଛି । ଏଣୁ ଏହାକୁ ବଞ୍ଚାଇରଖିବାକୁ ଏଭଳି ଧାର୍ମିକ କାର୍ଯ୍ୟକ୍ରମ ମାନ କରିବାକୁ ତାଙ୍କ ବକ୍ତବ୍ୟରେ ଶ୍ରୀବିଶି ଯୁବ ପିଢ଼ିଙ୍କୁ ଆହ୍ୱାନ କରିଥିଲେ । ଏହି ଧାର୍ମିକ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୪ ପ୍ରହର ନାମ ଯଜ୍ଞ ,ଭଗବତ ପାଠ ସହ ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସମାରୋହ, ଦଣ୍ଡ ନୃତ୍ୟ , କଂସ ଦରବାର ,ମିନାବଜାର , ଅପେରା ଆଦି କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ ପୁଅ ସୁବ୍ରତ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ ସହ ବାପା ଘନଶ୍ୟାମ ମେହେର ଏବଂ ମାଆ ରାଜକୁମାରୀ ମେହେର ପୂଜା କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ପ୍ରତ୍ୟହ ଦିନ ଶତାଧିକ ଭକ୍ତଙ୍କ ସମାଗମ ପରିଲକ୍ଷିତ ହେଉଥିବା ବେଳେ । ଗ୍ରାମବାସୀ ମାନେ ସମ୍ପୂର୍ଣ ସହଯୋଗ କରୁଛନ୍ତି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026