ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଷମକଟକ ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେଵସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା , ରାୟଗଡ଼ା ପିଡି ଡିଆର୍ଡିଏ ରବିନାରାୟଣ ତ୍ରିପାଠୀ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ, ଉପଜିଲ୍ଲାପାଳ ଗୁଣପୁର ଲଳିତ କୁମାର କଂହର , ଗୁଣପୁର ପିଏ ଆଇଟିଡିଏ ଶାନ୍ତି ପ୍ରଭା ପ୍ରଧାନ ପ୍ରମୂଖ ଯୋଗଦାନ କରି ଅଭିଯୋଗ ଶୁଣାଣି କରିଥିଲେ l ଆଜି ମୋଟ ୨୭୦ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ୨୫୬ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୪ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ପାଇଁ ଥିଲା । ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜଣକୁ ମୁଖ୍ୟମନ୍ତ୍ରୀ ରାହତ କୋଷରୁ ୫ହଜାର ଟଙ୍କl,ଦୁଇଜଣକୁ ୫ହଜାର ଟଙ୍କା ଲେଖାଏଁ ଓ ଅନ୍ୟ ଜଣକୁ ୨ହଜାର ଟଙ୍କା ଜିଲ୍ଲା ରେଡ଼ କ୍ରସ ସଂସ୍ଥାରୁ ଜିଲାପାଳ ପ୍ରଦାନ କରିଥିଲେ l ଏହି ଅଭିଯୋଗ ଶୁଣାଣି ଶିବିରରେ ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଦୟାନିଧି ବାଗ, ଉଦ୍ୟାନ କୃଷି ଉପନିର୍ଦେଶକ ପତିତପାବନ ସାମନ୍ତରାୟ, ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବ୍ଲକ ଅଧ୍ୟକ୍ଷl ୟସଦା ହିକକା, ଜିଲ୍ଲା ପରିଷଦ ସଭ୍ୟl ସୁଜାତା କାଦ୍ରlକା, ବିଡ଼ିଓ ସଦାଶିବ ନାୟକ, ତହସିଲଦାର ବିଷମ କଟକ,ଶୁଭେନ୍ଦୁ ଜେନା,ବ୍ଲକର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲା ପାଳ ସ୍ଵଧା ଦେଵସିଂ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Exit mobile version