ଦକ୍ଷିଣ ଓଡିଶା ପାଚିକା ,ସହାୟିକା ମହା ସଂଘ ଏକ ବୈଠକ ଅନୁଷ୍ଠିତ

୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ପଦ୍ମପୁର ବ୍ଲକର ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହା ସଂଘର ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ପଦ୍ମପୁର ବ୍ଲକ ର ଜଗମଣ୍ଡା ପାହାଡ ନିକଟରେ ପାଚିକା ଓ ସହାୟିକାମାନଙ୍କ କେତେକ ସମସ୍ୟା ବିଷୟ ନେଇ ଆଲୋଚନା କରୁଥିଲେ । ଆସନ୍ତା ମାର୍ଚ୍ଚ ମାସ 13 ତାରିଖ 2023 ଠାରୁ ବିଧାନ ସଭା ସମ୍ମୁଖରେ 14 ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଧୋଳନ କରାଯିବ ।ସରକାରୀ ବିଦ୍ୟାଳୟ ମାନଙ୍କ ରେ ମଧ୍ୟାହ୍ନ ଯୋଜନା ଭଳି ପାଇଲଟ୍ ପ୍ରୋଜେକ୍ଟ ସଫଳ କରିବା ପାଇଁ ଦଶର୍ଦ୍ଦରୁ ଉର୍ଦ୍ଦ୍ବ ସମୟ ଧରି ବିନା ଛୁଟିରେ ବହୁତ କଷ୍ଟ ଓ ଅସୁବିଧା ମଧ୍ୟ ଦେଇ ଅତିକ୍ରମ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟାହ୍ନ ଭୋଜନ କାମ କରିବା ସହିତ ପାଚିକା ମାଆମାନଙ୍କୁ ବିଦ୍ୟାଳୟର ଅନ୍ୟ ଅନ୍ୟ କାମ କରିବା ପାଇଁ ବାଧ୍ୟତା ମୂଳକ କାମ କରାଯାଉଛି ।ପାଚିକା ସହାୟିକା ସଂଘ ନେତୃତ୍ବରେ ଆନ୍ଦୋଳନ ହେବା ଫଳରେ ମୂଲ୍ୟ-100/-ଟଙ୍କା ପାଉ ଥିବା ପାଚିକା ମାଆମାନେ ବର୍ତ୍ତମାନ ମାସିକ-26,000/-ଟଙ୍କା ପାରିଶ୍ରମିକ ପାଇବାକୁ ସକ୍ଷମ ହୋଇଥିବା ଆଜି ସାମ୍ବାଦିକ ସମ୍ମିଳନୀ କହିଛନ୍ତି। ପାଚିକା ଓ ସହାୟିକା ମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ସରକାରୀ କର୍ମଚାରୀର ମାନ୍ୟତା ଓ ସର୍ବ ମଜୁରୀ ପ୍ରଦାନ ଯାଉନାହିଁ । ଅପର ପକ୍ଷରେ ସରକାର ଦିଗରୁ ପାଚିକା ସହାୟିକା ମାନଙ୍କୁ କାମରୁ ବହିସ୍କାର କରିବା ପାଇଁ ବହୁତ ନୀତି ନିୟମ ଆଇନ୍ ଗତ ପ୍ରଣୟନ୍ନ କରୁଥାନ୍ତି ।ଏହି ବିଷୟ ପ୍ରେକ୍ଷୀରେ ଶ୍ରମିକ ସଂଘଠନ ଏଆଇୟୁଟିସ୍, ଏଆଇ ସ ସିଟିୟୁ ମଧ୍ୟାହ୍ନ ଭୋଜନ ପାଚିକା ମହା ସଂଘ ମିଳିତ ମଞ୍ଚ ପକ୍ଷରୁ ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହା ସଂଘର ସିପିଆଇ (ଏମ୍ ଏଲ୍) ଜିଲ୍ଲା ସମ୍ପାଦକ ଶ୍ରୀ-ତ୍ରୀପତୀ ଗମାଙ୍ଗ ସୂଚାୟ ରୂପେ କହୁଥିଲେ । ଏହି ବୈଠକରେ ସଭାପତି ଶ୍ରୀମତୀ-ପାର୍ବତୀ ଶବର,ବୃନ୍ଦାବନ ବିଡିକା,ଜୟନ୍ତୀ ଶବର,କୁନ୍ତଳା ମାଝୀ,ଦୀପ୍ତି ବେବରିଆ,ଯୋଗେସିନି ପାଣିଗ୍ରାହୀ,ରୀତା ମ୍ବଲି,ଯଶୋଦା ଶବର,ରଶ୍ମିତା ଶବର ବୈଠକ ମଧ୍ୟରେ ବହୁତ ଲୋକେ ଶ୍ରମିକମାନେ ଉପସ୍ଥିତ ଥିଲେ ।

Exit mobile version