୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଛେଳାଗଡ ଗ୍ରାମର ଶିବ ମନ୍ଦିରର କଲ୍ୟାଣ ମଣ୍ଡପ ଉଦ୍ଘାଟନ, ଶିଶୁ ପାର୍କ ପାଇଁ ଭୂମି ପୂଜା କରିଥିଲେ ଏବଂ ପଞ୍ଚାୟତ କାର୍ଯ୍ୟଳୟ ପରିସରେ ପଞ୍ଚାୟତର ଆର୍ଥିକ ସ୍ବାବଲମ୍ବୀ ହେବା ପାଇଁ ବିଭିନ୍ନ ସ୍ବୟଂ ସହାୟତା ଦଳଗୁଡିକ ଲକ୍ଷାଧିକ ଟଙ୍କା ଆର୍ଥିକ ସହାୟତା ରବିବାର ପ୍ରଦାନ କରିଥିଲେ । ପଞ୍ଚାୟତର ୩୮ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ସମୁଦାୟ ୭୭ ଲକ୍ଷ ୮୫ ହଜାର ଟଙ୍କାର ଋଣ ପ୍ରଦାନ କରିଥିଲେ । 
ଆର୍ଥିକ ସହାୟତା ନେଇ ଏହି ଦଳ ଗୁଡିକ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ବିନିଯୋଗ କରିଥିଲେ । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ନାୟକ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ଜିଲ୍ଲା ପରିଷଦ ସଭାପତି ଗୋବରା ତିରୁପତି ରାଓ , ବିଡିଓ ଲରିମନ ଖର୍ସେଲ, ତହସିଲଦାର ଜ୍ୟୋତିର୍ମୟୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ଓ ଯମୁନା ଦବେହେରା ପ୍ରମୁଖ ଯୋଗ ଦେଉ ୫୦ ଜଣ ଭୂମିହୀନଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କହିଥିଲେ । ଏଥିସହ ଏକ ରୁରାଲ ପାର୍କର ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୋହନା ବିଧାୟକ ଶ୍ରୀ ଗମାଙ୍ଗ ଶିବ ମନ୍ଦିରକୁ ପ୍ରଧାନ ସଡକ ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ଦାବି କରିଥିଲେ ।

