
୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ୮ମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ମୋହନା ବ୍ଳକର ସରକାରୀ ଉର୍ଚବିଦ୍ୟାଳୟ, ଶିକୁଳିପଦର ଠାରେ ଉଦ୍ଘାଟିତ ହୋଇଯାଇଛି । ଏହି ଶିବିର ୨୭,୨୮ ଓ ୧ ତାରିଖ ତିନି ଦିନ ଧରି ଚାଲୁ ରହିବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ । ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ S.K.C.G ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଶିବିରରେ ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୧୦୦ ଜୁନିୟରସ ଓ ୩୦୦ ଜଣ ପରାମର୍ଶ ଦାତା ଯୋଗ ଦେଇଛନ୍ତି । ଶିବିର ନିଦ୍ଦେଶକ ଦେବଦାସ ତାମରୂପ , ଜିଲ୍ଲା ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପାଠୀ ରେଡକ୍ରସର ମାର୍ଗ ଦର୍ଶକ ସୁଜନ ମଲ୍ଲିକ ଓ ନରହରୀ ପ୍ରଧାନ ସମ୍ବଳ ସାଧନ କର୍ମୀ ସୁବାସ ଚନ୍ଦ୍ର ସାହୁ, ଭାରପ୍ରାପ କ୍ରୀଡା ନିରୀକ୍ଷକ ସୁରେନ୍ଦ୍ର ପାତ୍ର ଓ ଜୁନିୟର ରେଡକ୍ରସ୍ ଅଧିକାରୀ ସଂଜୀବ କୁମାର ଦାସ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ଦେବୀ, ବାଳକୃଷ୍ଣ ବାଗସିଂ, ଏମ ରାଜେନ୍ଦ୍ର ଦୋରା, ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଶିବିର ପରିଚାଳନା କରିଥିଲେ ।

