ଖଜୁରୀପଦା ଠାରେ କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି  :- ନୂଆଗଡ ବ୍ଲକର ଖଜୁରୀପଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷକ ସଚେତନତା ଓ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମିଲଟ ମିଶନ ଆନୁକୂଲ୍ୟରେ ନୂଆଗଡ ବ୍ଲକର ସମସ୍ତ ଚାଷୀ ମାନଙ୍କୁ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାଷୀ ସଠିକ୍ ପ୍ରଣାଳୀରେ ମାଣ୍ଡିଆ ଚାଷ କଲେ ସରକାରଙ୍କ ଠାରୁ ପ୍ରତ୍ସହନ ରାଶି ପାଇପାରିବ ଏବଂ ଅମଳ ପରେ ପଞ୍ଜିକରଣ କରି ଉପଯୁକ୍ତ ଦରରେ ମଣ୍ଡିରେ ବିକ୍ରୀ କରିପାରିବେ।ସରକାର ବର୍ତ୍ତମାନ ମିଲଟ ଉପରେ ଗୁରୁତ୍ଵ ଦେଉଥିବା ବେଳେ ଖାଦ୍ୟରୂପେ ମିଲଟ ବ୍ୟବହାର କରିବା ଦ୍ଵାରା ଲୋକେ ସୁସ୍ଥ ରହିବା ସହ ନିରୋଗୀ ରହିବେ ତାହାରି ଉପରେ ମହେନ୍ଦ୍ରଗରି ପ୍ରଡ୍ୟୁସର୍ କମ୍ପାନୀର ମୁଖ୍ୟ ପ୍ରସନ୍ନ କୁମାର ଦଳାଇ ଉପସ୍ଥିତ ଥିବା ସମସ୍ତ କୃଷକ, ଅଙ୍ଗନବାଡ଼ି କର୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସଚେତନ କରାଇବା ସହ ସବିଶେଷ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ BPC ଅଜିତବାବୁ, omm ର ସମସ୍ତ କର୍ମଚାରୀ ମାନଙ୍କ ସମେତ ସ୍ଥାନୀୟ ସରପଞ୍ଚ ସଂଡୁ ମଣ୍ଡଳ, ସମିତିଭ୍ୟା ଗୌରିକୁମାରି ଦେବୀ ବଡପଦା ସମିତି ସଭ୍ୟ ମନୁଏଲ ଛିଞ୍ଚାଣି, ପ୍ରମୁଖ ଉପସ୍ଥିତ ଥିବା ବେଳେ CRP ପ୍ରତାପ ମାଳି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।

Exit mobile version