Home ଓଡ଼ିଶା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ : ନିରାଶ ହେଲେ ବହୁ ବରିଷ୍ଠ ପ୍ରତିଭାବାନ କଳାକାର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କାର୍ଯାଳୟ ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବାଲିଗୁଡା ବ୍ଲକ ଗ୍ରାମାଞ୍ଚଳ ର 26 ଜଣ କଳାକାର ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୮ ଜଣ କଳାକାର ଙ୍କୁ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଡ଼ିଓ ଶଶାଙ୍କଶେଖର ପାତ୍ର ଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ନିଶାବତୀ ମଳିକ ଙ୍କ କରକମଳରେ 26 ଜଣ କଳାକାର ଙ୍କୁ ସହାୟତା ରାଶି ପ୍ରଦାନ ପତ୍ର ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୮ ଜଣ କଳାକାର ଙ୍କୁ ଉପାଧ୍ୟକ୍ଷା ଶାନ୍ତି ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦାନ କରିଥିଲେ l ଏନେଇ ସହାୟତା ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିବା କଳାକାର ମାନେ ଖୁସି ପ୍ରକଟ କରିଥିବା ବେଳେ ବହୁ ପ୍ରତିଭାବାନ କଳାକାର ଚୟନ ପ୍ରକ୍ରିୟା ରେ କଟି ଯାଇଥିବା ରୁ ଦୁଃଖ ପ୍ରକାଶ କରିଛନ୍ତି l ବାରଖମା ଗ୍ରାମ ପଞ୍ଚାୟତ ରୁ ଲକ୍ଷ୍ମୀ ନାରାୟଣ ଦଣ୍ଡିଆ, ନାରାୟଣ ପଣ୍ଡା, ବାଲିଗୁଡା ଏନଏସି ରୁ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର, ଦଣ୍ଡନାଟ ଗୁରୁ ପୁରସ୍ତମ ନାୟକ, ଗାୟକ ବାହାନ ପାତ୍ର, ବଂଶୀ ବାଦକ କାହ୍ନୁ ଚରଣ ନାୟକ, ପ୍ରଦୀପ ମଳିକ, ପ୍ରଦୀପ କୁମାର ପାତ୍ର ଙ୍କ ସମେତ 34 ଜଣ କଳାକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସହାୟତା ରାଶି ପ୍ରଦାନ କରାଯାଇଥିବା ନେଇ ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026