କୋଟଗଡ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ

୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା କମିଟି କନ୍ଧମାଳ, ଶିଶୁ ବିକାଶ ସମନ୍ନିତ ପ୍ରକଳ୍ପ କୋଟଗଡ ଓ ସାହାରା ସ୍ୱେଛାସେଵୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ କୋଟଗଡ ପଞ୍ଚାୟତ ସମିତି ସଭାଗୃହରେ ସେବା ଓ ଯନ୍ତ୍ର ଆଵଶ୍ୟକ କରୁଥିଵା ଶିଶୁ ମାନଙ୍କ ପାଇଁ କନ୍ଧମାଳ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋଟଗଡ ଗୋଷ୍ଠିଉନ୍ନୟନ ଅଧିକାରୀ ଅର୍ଜୁନ ପ୍ରଧାନ ଯୋଗ ଦେଇ ଉଦଘାଟନ କରି ପ୍ରଶାସନ ସଵୁଵେଳେ ଶିଶୁ ଓ ଲୋକଙ୍କ ସେଵାରେ ଅଛନ୍ତି ବୋଲି କହିଥିଲେଓ ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଵା ବେଳେ ସାହାରା ସ୍ୱେଛାସେଵୀ ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟର ପଦକ୍ଷେପକୁ ପ୍ରଶଂସା କରି ଆଗାମି ଦିନରେ ଏହିଭଳି କାର୍ଯ୍ୟକ୍ରମ କଲେ ସାହାରା ଅନୁଷ୍ଠାନ ସହଯୋଗ କରିଵେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଏହି କ୍ୟାମ୍ପ ରେ କୋଟଗଡ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ୮୧ ଜଣ ସେବା ଓ ଯନ୍ତ୍ର ଆବଶ୍ୟକ କରୁଥିବା ଶିଶୁ ସେମାନଙ୍କ ର ଅଭିଭାଵକଙ୍କ ସହ ଯୋଗ ଦେଇଥିଲେ । ଏହି କ୍ୟାମ୍ପ ରେ ୮୧ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଚିହ୍ନଟ କରି ସେମାନଙ୍କୁ ସରକାରଙ୍କର ଵିଭିନ୍ନ ଯୋଜନା ଯଥା,ଆଶୀର୍ବାଦ ଯୋଜନା, ଭିନ୍ନକ୍ଷମ ଯୋଜନା, ସ୍ପନ୍ସସରସିଫ୍ ଯୋଜନା, ଏହିପରି ଅନେକ ଯୋଜନା ରେ ଅନ୍ତର୍ଭୁକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ରଜତ କୁମାର ଦିଗାଳ ଓ କମିଟିର ସଦସ୍ୟ ସଦାଶିବ ପାତ୍ର , ରାମଚଦ୍ର ପରିଡା , ଓ କମିଟିର ସଦସ୍ୟା ମମତା ଦାସ, ଏଡିଇଓ ଅନିଲ କୁମାର ଵେହେରା ପ୍ରମୁଖ ଉପସ୍ଥିତ ଥାଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ବରିଷ୍ଠ ସମାଜସେବୀ ମନୋଜ ସାଵତ ଓ ସାହାରା ଅନୁଷ୍ଠାନର ସଂଯୋଜକ ଡି ବାଦଳ ଦେଵ୍ , ମିରା ପ୍ରଧାନ, ସୁକାନ୍ତ ଵଳିୟାର ସିଂ, ସୁପରଭାଇଜର ସଵିତା ଜେନା, ଶିଶୁ ସୁରକ୍ଷା ୟୁନିଟର ସୁନିଲ ପ୍ରଧାନ, ସରୋଜ କହଁର, ବାବ୍ରୁ ମୋହନ ମାଝୀ, ଵନଵାସି ଅନୁଷ୍ଠାନର ଆଲୋକ, ସିସିଆଇ ର ନିର୍ମଳା ରାଉତ ଓ ଅଙ୍ଗନବାଡି କର୍ମି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version