Home ଓଡ଼ିଶା ପ୍ରଚଣ୍ଡ ଶବ୍ଦରେ ଥରିଲା ଘର, କବାଟ ଓ ଝରକା ,ବାଲେଶ୍ୱର ଓ ରବାରିପଦା ଆତଙ୍କ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ଵର :- ବାଲେଶ୍ଵର ଓ ବାରିପଦା ଜିଲ୍ଲାରେ ଶୁଣିବାକୁ ମିଳିଛି ପ୍ରଚଣ୍ଡ ଶବ୍ଦ । ତେବେ ହଁ ବନ୍ଧୁଗଣ ଏପରି କିଛି ଆବାଜର ଶବ୍ଦ ଶୁଣି ଆଖପାଖ ସ୍ଥାନୀୟ ଲୋକ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ତେବେ କଣ ଏହି ଶବ୍ଦ ତାହା ତ ଏବେ ପର୍ଯ୍ୟନ୍ତ ଭଲ ଭାବରେ ସ୍ପଷ୍ଠ ହୋଇପାରିନାହିଁ । ତେବେ ଏପରି ଏକ ଭୟାନକ ବିସ୍ଫୋରଣ ଶବ୍ଦ ଶୁଣି ଘରେ ରହି ଥିବା ଲୋକମାନେ ଘର ବାହାରକୁ ପଳାଇ ଆସିଥିଲେ । ଏହା ସହିତ ଡାକ୍ତରଖାନାରେ ଥିବା ରୋଗୀ ମଧ୍ୟ ବାହାରକୁ ଚାଲି ଆସିଥିଲେ । ତେବେ ହଟାତ ସବୁକିଛି ଶୂନଶାନ ଥିବା ଅବସ୍ତାରେ ପରିବେଶ ମଧ୍ୟ ବହୁତ ଶାନ୍ତ ଥିଲା । ତେବେ ଯେଝାକାମରେ ଯେଝା ମଧ୍ୟ ବ୍ୟସ୍ତ ଥିଲେ । ତେବେ ହଟାତ ଭାବରେ ଜୋର କରି ଏକ ଭୟାନକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଯାହାକି ବାଲେଶ୍ଵର ଓ ବାରିପଦା ସହରରେ ଶୁଣିବାକୁ ମିଳିଥିଲା । ତେବେ ଗତ ବର୍ଷ ମଧ୍ୟ ଏପରି ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଗଛରେ ବସିଥିବା ଚଢେଇ ମଧ୍ୟ ଏହି ପ୍ରଚଣ୍ଡ ଛାତିଥରା ଭୟାନକ ଶବ୍ଦ ଶୁଣିକି ପୁରା ଭୟଭୀତ ହୋଇ ଉଡିକି ପଳାଇଥିଲେ । ତେବେ କଣ ଏହି ଶବ୍ଦ ଓ କେଉଁଠାରୁ ଏହା ଘଟିଥିଲା ? ତାହା ଜାଣିବାକୁ ସମସ୍ତଙ୍କ ମନରେ ଏକ କୌତୁହଳ ଲାଗି ରହିଛି । ତେବେ ଯାହାକୁ ନେଇ ଏବେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ତେବେ ସ୍ଥାନୀୟ ଲୋକଙ୍କର ମଧ୍ୟ ପ୍ରସାଶନ ପାଖରେ ଦାବୀ ରହୁଛି । ଏହା କି ଯେ କଣ ଏହି ପ୍ରଚଣ୍ଡ ଛାତିଥରା ଶବ୍ଦ ତାହାର ସଠିକ ଭାବରେ ସ୍ପଷ୍ଟୀକରଣ କରି ଚିହ୍ନଟ କରନ୍ତୁ । ଯାହା ଦ୍ଵାରା କେଉଁଠାରୁ ଏହି ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ ଏହି ଶବ୍ଦ ଏତେ ମାତ୍ରାରେ ପ୍ରଚଣ୍ଡ ଥିଲା କି ଯେପରି ଏହି ଶବ୍ଦରେ ବିଶାଳକାୟ ଆକାଶ ମଧ୍ୟ ଯେପରି ଫାଟିଯିବ । ସେହିଭଳି ଲାଗୁଥିଲା ବୋଲି ସ୍ଥାନୀୟ ଲୋକଙ୍କ ଶୁଣିବାକୁ ମିଳିଛି । Categories: ଓଡ଼ିଶା, ବାଲେଶ୍ଵର, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026