୨୬ ଫେବୃଆରୀ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- ରାଜ୍ଯରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଗୋଲକ ବିହାରୀ କହଁର ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ଯରେ 23 ବର୍ଷ ଧରି ଏକ ସ୍ଥିର ସରକାର ଶାସନ କରୁଥିବା ବେଳେ ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଅଳ୍ପଦିନ ତଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଗଉଡସାହି ର ଛାତ୍ରୀ ମୃତ୍ୟୁ, ରାଙ୍ଗାପାରୁ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ କିମ୍ବା ଅନ୍ବେଷା ହଷ୍ଟେଲ ଛାତ୍ର ମୃତ୍ୟୁ ପ୍ରତ୍ୟେକ ଟିରେ ପୋଲିସ ବିଭାଗ ତାର ବିଫଳତାର ପ୍ରମାଣ ଦେଖାଇଛି ।
ଏଭଳିକି ଅନ୍ବେଷା ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଟାଉନ୍ ଥାନାରେ ଦିଆଯାଇଥିବା କେସ୍ କୁ ଗ୍ରହଣ ମଧ୍ୟ କରାଗଲା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ କହଁର । ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵରେ ଥିବା ନବ ଦାସଙ୍କୁ ଦିନ ଦୁଇ ପହରରେ ସର୍ବସମ୍ମୁଖରେ ତାଙ୍କର ଜଣେ ପୋଲିସ ଏ.ଏସ୍.ଆଇ. ହତ୍ୟା କଲେ ଯାହାକି ଆଶ୍ଚର୍ଯ୍ୟର ବିଷୟ ଯେ ରକ୍ଷକ ଭକ୍ଷକ ସାଜିଲା ଏବଂ ପରେ ପରେ ଝାରସୁଗୁଡ଼ା ଡାକ୍ତରଖାନାରେ ଇ.ସି.ଜି ରିପୋର୍ଟ ମୃତ ବୋଲି ସୁଚାଇବା ସତ୍ତ୍ୱେ ମଧ୍ୟ ତାଙ୍କ ଶବକୁ ଅପରେସନ କରିବାର ବାହାନା କରି ଭୁବନେଶ୍ୱର ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ନେବା ଏବଂ ରାଜନୀତି କରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

