Home ଓଡ଼ିଶା ଧୃବରାଜ ଡାଙ୍ଗ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଚାମ୍ପିଅନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୬ ଫେବୃଆରୀ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଧ୍ରୁବ ରାଜ ଡାଙ୍ଗ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳ ରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଚାମ୍ପିଅନ ହୋଇଛନ୍ତି । ଆଜି ଅନୁଷ୍ଠିତ ଫାଇନାଲ ଖେଳ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଓ ରାମଧୂନ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ୨-୦ ଗୋଲ୍ ରେ ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ଜୟନ୍ତ ମହୋତ ଏବଂ ରାଜୁ ବେହେରା ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଥିଲେ । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ରାଜୁ ବେହେରା ଙ୍କୁ ପୁରସ୍କୃତ କରିଥିବା ବେଳେ ଫାଇନାଲର ଶ୍ରେଷ୍ଠ ଖେଳାଳି ଭାବେ ଦେବରାଜ ସା କୁ ପୁରସ୍କୃତ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ବନାମ ବେଙ୍ଗଲ ମହିଳା ଫୁଟବଲ ଦଳ ମଧ୍ୟରେ ଏକ ପ୍ରଦର୍ଶନୀ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବେଙ୍ଗଲ ଦଳ ୬-୫ ଟ୍ରାଇବ୍ରେକର ଗୋଲରେ ବିଜୟୀ ହୋଇଥିଲେ । ବେଙ୍ଗଲ ର ଗୋଲ କିପର ଋପା ଭଣ୍ଡାରୀ ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ସଭା କୁ ସଚ୍ଚିଦାନନ୍ଦ ପଣ୍ଡା ପରିଚାଳନା କରିଥିବା ବେଳେ କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର ମିଶ୍ର,ଦିଲ୍ଲିପ ସାଉଡିଆ, ହରି ହର ପ୍ରଧାନ,ବାବୁଲୁ ଦେବତା,ସୁମିତ କୁମାର ଦାସ ଗୋକୁଲ ଗହିର ଅସିତ୍ ପଣ୍ଡା,ତୈଫିକ ଖାଁ, ପ୍ରମୁଖ ମଞ୍ଚାସୀନ ଥିଲେ । ଖେଳ କୁ କାର୍ତ୍ତିକ ଦାଶ, ଦେବାଶିଷ ବାଗ, ଲିଙ୍ଗରାଜ ପ୍ରଧାନ, ନିରଞ୍ଜନ ମହାକୁଡ଼,ଦୀପେଶ ପ୍ରଧାନ, ସଚିନ ଭୁଏ, ସୁଶ୍ରୀ ସ୍ବର୍ଣ୍ଣ ଲତା ରାଉତ ପରିଚାଳନା କରିଥିଲେ । Categories: ଓଡ଼ିଶା, କ୍ରୀଡ଼ା, ଖେଳ, ବରଗଡ଼, ହୋମ୍ Related Content ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା by Proprietor Abhimanyu Maharana July 24, 2026 ଆନ୍ଦୋଳନକାରୀ ଛାତ୍ର ଓ ଛାତ୍ରୀଙ୍କ ଉପରେ ଦମନଲୀଳା ଓ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଗରିଫଦାର ପ୍ରତିବାଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ by Proprietor Abhimanyu Maharana July 24, 2026 ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା by Proprietor Abhimanyu Maharana July 23, 2026 ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ by Proprietor Abhimanyu Maharana July 23, 2026 ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ by Proprietor Abhimanyu Maharana July 23, 2026 ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ by Proprietor Abhimanyu Maharana July 23, 2026