Home ଓଡ଼ିଶା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୁପାନ୍ତରୀକରଣ କେବେ ? by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୬ ଫେବୃଆରୀ,ରବିବାର (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ସରକାରୀ ଡ଼ାକ୍ତରଖାନାର ହେବ ରୁପାନ୍ତରୀକରଣ।ସରକାରଙ୍କ ୫ଟି ଅଧିନରେ ’ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ଚିହ୍ନଟ ହୋଇଥିବା ଡ଼ାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରିଛି । ଜିଲ୍ଲାସ୍ତରୀୟ କମିଟି ସହାୟତାରେ ଜିଲ୍ଲାପାଳ ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ । ଅଣ-ଆବାସିକ କାର୍ଯ୍ୟ ପାଇଁ ୪ କୋଟି ଯାଏଁ ଏବଂ ଡ଼ାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତି କିଣିବା ପାଇଁ ୨୫ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଅଧିନରେ ଗଠିତ ଜିଲ୍ଲା ସ୍ତରୀୟ କମିଟିରେ ଏସପି, ଆମ ହସ୍ପିଟାଲ ଅଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧି ପୌର ଅଧିକାରୀ, ଡ଼ିଆରଡ଼ିଏ ପିଡ଼ି, ଆରଡ଼ବ୍ଲୁଏସ୍ଏସ୍, ବିଭିନ୍ନ ବିଭାଗର ଅଧିକାରୀ, ବିଡ଼ିଓ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସମ୍ପୃକ୍ତ ଡ଼ାକ୍ତରଖାନାର ମେଡ଼ିକାଲ ଅଫିସର ସଦସ୍ୟ ଅଛନ୍ତି। ୫ଟି ଅଧିନରେ ପ୍ରଥମ ପର୍ଯ୍ୟାୟରେ ୧୪୭ଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ଡ଼ାକ୍ତରଖାନାକୁ ସାମଗ୍ରୀକ ରୁପାନ୍ତର ପାଇଁ ଚୟନ କରାଯାଇଛି । ଡ଼ାକ୍ତରଖାନା ବିଲଡ଼ିଙ୍ଗର ମରାମତି ଓ ରଙ୍ଗ କାମ, ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବଚ୍ଛ ଟଏଲେଟ, ମୋ ସରକାର ବ୍ରାଣ୍ଡିଙ୍ଗ, ସେହିପରି ଡ଼ାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସହଯୋଗୀଙ୍କ ପାଇଁ ବିଶ୍ରାମଗାର, ଥଣ୍ଡା ଓ ଗରମ ପାନୀୟ ଜଳର ବ୍ୟବସ୍ଥା, ରୋଗୀ ଭିଡ଼ ହେଲେ ଅଧିକ ଆଉଟଡ଼ୋର କାଉଣ୍ଟର, ହେଲ୍ପ ଡ଼େସ୍କର ବ୍ୟବସ୍ଥା ରହିବ. ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟତୀତ ନିର୍ବାଚନ ମଣ୍ଡଳୀ ସ୍ତରରେ ଗୋଟିଏ ଲେଖାଏଁ ଡ଼ାକ୍ତରଖାନାକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର ରାମପୁର ଡାକ୍ତରଖାନା ସାମିଲ ଥିବା ଜଣାପଡିଛି। ହେଲେ ନିର୍ବାଚନ ମଣ୍ଡଳୀର ମୁଖ୍ୟ ବ୍ଲକ ନର୍ଲା ହୋଇଥିଲେ ହେଁ ନର୍ଲାକୁ ଅଣଦେଖା କରାଯିବା ଯୋଗୁଁ ଅସନ୍ତୋଷ ଅଞ୍ଚଳରେ ଦେଖାଦେଇଛି। ମଦନପୁର ରାମପୁର ଡ଼ାକ୍ତରଖାନାର ରୁପାନ୍ତରଣ ପାଇଁ କାହାରି ଆପତ୍ତି ନାହିଁ ହେଲେ ଲୋକଙ୍କ ଅଭିଯୋଗ ହେଲା ଯେ ପ୍ରତି ସରକାରୀ କାର୍ଯ୍ୟକ୍ରମ ତଥା କାର୍ଯ୍ୟାଳୟ ସ୍ଥାପନ ସଂକ୍ରାନ୍ତରେ ରାଜନୈତିକ ସ୍ତରରେ ନର୍ଲାକୁ ଅଣଦେଖା କରାଯିବା ଲୋକେ ଅଭିଯୋଗ କରୁଛନ୍ତି। ନର୍ଲା ହେଉଛି ନିର୍ବାଚନ ମଣ୍ଡଳୀର ମୁଖ୍ୟ କାର୍ଯ୍ୟାଳୟ ତା ସହିତ ଜିଲ୍ଲାର ଅନ୍ୟତମ ବଡ ବ୍ଲକ। ଲୋକସଂଖ୍ୟା ଓ ଭୋଟର ସଂଖ୍ୟା ଦୃଷ୍ଟିରୁ ନିର୍ବାଚନ ମଣ୍ଡଳୀର ଅଧାରୁ ବି ଅଧିକ ନର୍ଲା ବ୍ଲକରେ ରହିଥିବା ସହ ସ୍ଵାସ୍ଥ୍ୟ ସେବା ଦୃଷ୍ଟିରୁ ମଧ୍ୟ ଜିଲ୍ଲା ସ୍ତରରେ ବହୁ ପଛରେ ରହିଛି ନର୍ଲା। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇ ଅନେକ ବର୍ଷ ପରେ ବି ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ପଛରେ ରହିଛି ନର୍ଲା। ଡ଼ାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ନାହାନ୍ତି, ରାଜନୈତିକ ଅଭିସନ୍ଧି ରଖି ଏଠାରେ ନିୟୋଜିତ ଡ଼ାକ୍ତରଙ୍କୁ ଡେପୁଟେସନରେ ଜିଲ୍ଲାର ଅନ୍ୟ ଡାକ୍ତରଖାନାରେ ନିୟୋଜିତ କରାଯାଇଛି। ଆଠଜଣ ଡାକ୍ତର ଜାଗାରେ ବର୍ତ୍ତମାନ କେବଳ ଦୁଇ ଜଣ ଅଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବ୍ୟତୀତ ଚାରିଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପକେନ୍ଦ୍ର ଗୁଡ଼ିକରେ ଡ଼ାକ୍ତର ଓ ସ୍ଵାସ୍ଥ୍ୟ କର୍ମୀଙ୍କ ଅଭାବ କେହି ଶୁଣୁନାହାନ୍ତି। ବିଧାୟକ ଭୁପିନ୍ଦର ସିଂ ଗତ ୨୦୦୯ ରୁ ୧୪ ପର୍ଯ୍ୟନ୍ତ ରାଜ୍ୟ ବିରୋଧୀ ଦଳ ନେତା ଥିବା ସମୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଗୃହର ଉଦଘାଟନ କରି ନର୍ଲାବାସୀଙ୍କୁ କଥା ଦେଇଥିଲେ ଯେ ସ୍ଵାସ୍ଥ୍ୟ ସେବା ପ୍ରତି ଗୁରୁତ୍ବ ଦେଇ ଏଠାରେ ଆବଶ୍ୟକୀୟ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ନିୟୋଜନର ବ୍ୟବସ୍ଥା କରିବେ। କିନ୍ତୁ ପରିତାପର ବିଷୟ ହେଲା ଯେ ସେ ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ତ୍ୟାଗ କରି ବିଜେଡ଼ିରେ ସାମିଲ ହେଲେ। ଉପହାର ସ୍ବରୂପ ରାଜ୍ୟସଭା ସଦସ୍ୟ ହେଲେ ଏବଂ ପୁଣି ୨୦୧୯ ରେ ଲୋକଙ୍କ ସମର୍ଥନ ପାଇ ବିଧାୟକ ଅଛନ୍ତି। କିନ୍ତୁ ଚାରି ବର୍ଷ ପରେ ବି ତାଙ୍କର କାର୍ଯ୍ୟ ପ୍ରତି ଲୋକଙ୍କ ଆସ୍ଥା ରହୁନାହିଁ। ନର୍ଲା ପ୍ରତି ତାଙ୍କର ବୈମାତୃକ ମନୋଭାବ ଲୋକଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି। ଆଜି ପର୍ଯ୍ୟନ୍ତ ନର୍ଲା ଫରେଷ୍ଟ ରେଞ୍ଜ ଅଫିସ ନର୍ଲାକୁ ସ୍ଥାନାନ୍ତର ହୋଇନାହିଁ,ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ,ଟ୍ରେଜେରୀ, କୋର୍ଟ ଆଦି ଅନେକ ଗୁରୁତ୍ତ୍ୱପୂର୍ଣ ଅନୁଷ୍ଠାନ ପ୍ରତି ଗୁରୁତ୍ବ ଦିଆଯାଉନାହିଁ। ଗତ ୧୩ ବର୍ଷ ହେଲା ଲୋକୋମୋଟିଭ ୱର୍କସପ୍ ସ୍ଥାପନ ପ୍ରତି ଗୁରୁତ୍ବ ଦିଆଯାଉନାହିଁ। ଏନେଇ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସରପଂଚ ସଂଘ, ନର୍ଲା ପ୍ରେସ ଏସୋସିଏସନ୍ ତଥା ବୁଦ୍ଧିଜୀବି ମହଲରେ ଦାବି ହେଉଛି। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026