କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ର ପ୍ରତିଷ୍ଠା ଦିବସ ପାଳିତ

୨୫ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :-  ପାଟଣାଗଡ଼ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ପକ୍ଷରୁ ୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସଭାପତି ବିପିନ ବିହାରୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ପ୍ରତିଷ୍ଠାତା ତଥା ଉଦ୍ୟକ୍ତା ସ୍ବର୍ଗତ ଉଦୟନାଥ ଚନ୍ଦନ ଙ୍କ ପ୍ରତିଛବିରେ ଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦର୍ପ ଗଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଜୟନ୍ତ କୁମାର ହୋତା ବାର୍ଷିକ ବିବରଣୀ ପଠନ କରିଥିଲେ । ସଭାପତି ଶ୍ରୀ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ୧୯୮୩ ମସିହାରେ ସ୍ଵର୍ଗତ ଉଦୟନାଥ ଚନ୍ଦନ ଙ୍କ ନେତୃତ୍ବରେ ଏହି କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ଗଠନ ହୋଇଥିଲା । ଏହି ସମୟରେ ସଦସ୍ୟ ଭାବରେ ଛେଳିଆ ସାହୁ, ଉପେନ୍ଦ୍ର ମିଶ୍ର, ଦେବବ୍ରତ ମହାନ୍ତି, ବାଳକୃଷ୍ଣ ମିଶ୍ର,ସୁନିଲ ପାତ୍ର, ସତ୍ୟନାରାୟଣ ବାବୁ , ସୁବାଷ ଚନ୍ଦ୍ର ବାଗ , ସୁରେଶ ନାଏକ, ଲକ୍ଷ୍ମଣ ମେହେର,ଲାଲଚନ ଜୈନ ପ୍ରମୁଖ ରହିଥିଲେ । ତତମଧ୍ୟରୁ ଉଦୟନାଥ ଚନ୍ଦନ, ସୁବାଷ ଚନ୍ଦ୍ର ବାଗ, ସତ୍ୟନାରାୟଣ ବାବୁ ଲାଲଚନ ନୈନ ପ୍ରମୁଖ ସର୍ଗାରୋହଣ କରିଥିବା ବେଳେ ବାକିତକ ସଦସ୍ୟ ମାନଙ୍କୁ ମୂଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ପୁଷ୍ପ ଗୁଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ବର୍ତ୍ତମାନ ଏହି କ୍ରମିନାଲ କୋର୍ଟ ବାର ଆସୋସିଏସନ୍ ର ସଦସ୍ୟ ସଂଖ୍ୟା ଏକ ଶହ ବୋଲି ସଭାପତି ଙ୍କ ଠାରୁ ଜଣାପଡିଛି । କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ର କର୍ମକର୍ତ୍ତା ସଦସ୍ୟ ମାନଙ୍କ ଅନୁରୋଧ କ୍ରମେ ସାଂସଦ ଶ୍ରୀ ବିଶି ନିଜସ୍ଵ ପାଣ୍ଠି ରୁ ସଭାଗୃହ ଓ ଲାଇବ୍ରେରୀ ହଲ ପାଇଁ ୧୦ ଲକ୍ଷ ଟଙ୍କା ର ଅନୁଦାନ ପାଣ୍ଠ ଏକ ମାସ ମଧ୍ୟରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥି ସହ ଆଇନଜୀବୀ ମାନଙ୍କ ଭୂମିକା ଉପରେ ଖୁସି ପ୍ରକାଶ କରି ତାଙ୍କ ଦିଘାୟୁ କାମନା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବାସୁଦେବ ପାଢ଼ୀ , ରାଜେଶ ପୁରୋହିତ, ଭକ୍ତ ରାମ ବାଗ, ପ୍ରକାଶ କୁମାର ଭୋଇ , ଶଙ୍କର ପ୍ରସାଦ ପ୍ରଧାନ , ରମେଶ ମହେର , କିଶୋର ସାହୁ,ଦୂର୍ଯ୍ୟୋଧନ ମେହେର ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିବା ବେଳେ ଶେଷରେ ହରିବନ୍ଧୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version