ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟରେ ରେ ଆଡମ୍ବର ସହ ବାର୍ଷିକ ଉତ୍ସବ ଅନୁଷ୍ଠିତ

୨୫ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟରେ ୫୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଦେବେରାଜ ମିଶ୍ର ଙ୍କ ସଭାପତିରେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠି, ମୂଖ୍ୟ ବକ୍ତା ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଅତିରିକ୍ତ ପ୍ରଫେସର ଗୋପିନାଥ ବାଗ , ଛାତ୍ର ୟୁନିଅନର ପରାମର୍ଶ ଦାତା ପ୍ରଣବ ବଲ୍ଲଭ ପାଣିଗ୍ରାହୀ ଯୋଗଦେଇ କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି l ଯୁକ୍ତ ତିନି ଅଧ୍ୟକ୍ଷ କଲେଜ ପୂର୍ବତନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବରିଷ୍ଠ ଅଧ୍ୟାପକ ମାନେ ଯୋଗଦେଇଥିଲେ lବିଭିନ୍ନ ପ୍ରତିଯୋଗିତା ଓ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ସହ କଲେଜ ର ବିଜ୍ଞାନ , ଓଡ଼ିଆ , ଅର୍ଥନୈତିକ , ଇତିହାସ ଆଦି ସମସ୍ତ ବିଭାଗର ଅଧ୍ୟାପକ , ଅଧ୍ୟାପିକା , ହଷ୍ଟେଲ ପରିଚାଳକ ଙ୍କ ସମେତ ପୁରାତନ ଛାତ୍ରୀ ଛାତ୍ର ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଉତ୍ସବରେ ନୃତ୍ୟ ପରିବେଷଣ କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କଲେଜ କର୍ମଚାରୀ ପରିଚଳନl କରିଥିଲେ।

Exit mobile version