୨୫ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଛତିଆ :– ଯାଜପୁର ଜିଲ୍ଲା ବଡଚଣା ବ୍ଲକର ଛତିଆ ପଞ୍ଚାୟତ ଅଧିନସ୍ଥ ଇଚ୍ଛାନଗରପାଟଣାରେ ପ୍ରତିବର୍ଷ ପରି ଚବିଶ ପ୍ରହର ନାମଯଜ୍ଞ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହେଉଛି। ଦୀର୍ଘ ପ୍ରାୟ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ଗ୍ରାମର ଆରାଧ୍ୟା ମା’ ଦୂର୍ଗାଙ୍କ ପୀଠ ସ୍ଥଳୀରେ ସାଂସ୍କୃତିକ ଓ ଧାର୍ମିକ ପରମ୍ପରାକୁ ଉଜ୍ଜୀବିତ ରଖି ଚାଲିଛି । 
୨୩ ତାରିଖରେ ଅଧିବାସ ସହିତ ୨୪ ତାରିଖ ଠାରୁ ଆରମ୍ଭ ହୋଇଛି ନାମଯଜ୍ଞ ଭଜନ ନିତାଇ ଗୌର ରାଧେଶ୍ୟାମ ଜପ ହରେକୃଷ୍ଣ ହରେରାମ । ନାମ ପ୍ରେମରେ ବିଭୋର ତିନି ପାଟଣା ଇଛାନଗରପାଟଣା, ଅମରାବତୀ ପାଟଣା ଓ ନୟାପାଟଣା। ଘରେଘରେ କୁଣିଆ ମିତ୍ରଙ୍କ ଭିଡ। ଆଜି ହେଉଛି ଅନ୍ତିମ ଦିବସ। ଆସନ୍ତା କାଲି ନଗରର କୀର୍ତ୍ତନ । ଏହି ଅବସରରେ ପ୍ରତି ଦିନ ଦିନ ଠାରୁ ରାତିରେ ଅଧିକ ଜନ ସମାଙ୍ଗମ ହେଉଛି। ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୀର୍ତ୍ତନ ମଣ୍ଡଳୀ ମାନେ ଭିନ୍ନ ଭିନ୍ନ ଶୈଳୀରେ ନାମ କରୁଥିବା ସହିତ ସେମାନଙ୍କ ଅଙ୍ଗଭଙ୍ଗୀ ଲୋକଙ୍କୁ ଆକର୍ଷିତ କରୁଛି। ବିଶେଷକରି ମହିଳା ମାନେ ନିଜ ଘରକାମ ସାରି ଏଠାକୁ ଆସୁଥିବା କାରଣରୁ ମାତୃ ଦ୍ବିଗୁଣିତ କରୁଛି ମୟ ପରିବେଶ । କୁଞ୍ଜର ସାଜ ସଜ୍ଜା ସହିତ ଦେବା ଦେବୀଙ୍କ ମୁର୍ତ୍ତୀ ଲୋକଙ୍କ ମନରେ ଧର୍ମୀୟ ଭାବନା ସୃଷ୍ଟି କରୁଛି । ଚତୁର୍ଦ୍ଦିଗରେ ତୋରଣ ସହିତ ଆଲୋକମାଳାରେ ଝଲସୁଛି ଗ୍ରାମ ।

