Home ଓଡ଼ିଶା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୫ଫେବୃଆରୀ ,୦୨/୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :– ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ସଭାଗୃହ ପରିସରରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଥାନା ଅଞ୍ଚଳରେ ପ୍ରତ୍ୟେକ ଦିନ ଘଟୁଥିବା ଦୁର୍ଘଟଣା କିଭଳି ରୋକାଯାଇ ପାରିବ , ଦ୍ରୁତଗାମୀ ଚାଳକଙ୍କୁ ସତର୍କତା କରାଇବା ସହ ପରବର୍ତ୍ତୀ ସମୟରେ ଯଦି ନ ମାନନ୍ତି ତାଙ୍କ ବିରୁଦ୍ଧରେ ଦୃଡ଼ କାର୍ଯନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ଲାଇସେନ୍ସ ରଦ୍ଦ କରିବା ଉପରେ ଆଲୋଚନା ହୋଇଥିଲା ।ବିଶେଷ କରି ଜେ କେ ପୁର ସହରର ଟ୍ରାଫିକ ସମସ୍ୟାକୁ ନେଇ ବିତ୍ରୁତ ଭାବେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଏହାକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ଉପସ୍ଥିତ ଜନ ସାଧାରଣ ମତ ପ୍ରକାଶ କରିଥିଲେ । ସେହିଭଳି ଦେଶୀ ଓ ଵିଦେଶୀ ମଦର ଚୋରା ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ଥାନା ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଚୋରୀ ଲୁଟ ରାହାଜାନୀକୁ ରୋକିବା ପାଇଁ ରାତ୍ରି ସମୟରେ ପେଟ୍ରୋଲୀଙ୍କୁ କୁ ବଡାଇବା ପାଇଁ ଅନୁରୋଧ କରାଯାଇଥିଲା । ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକୁ ରୋକିବା ପାଇଁ ଟ୍ରାଫିକ ଛକ ଠାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ସି ସି ଟିଭି ଲଗାଇବା ଯୋଜନା ରହିଥିବା ଥାନା ଅଧିକାରୀ ପ୍ରକାଶ କରିଥିଲେ । ଚାନ୍ଦିଲି ଥାନା ଅଧିନରେ ଥିବା ପ୍ରତେକ ଗାଁରେ ବିଭିନ୍ନ ପ୍ରକାର ଅଘଟଣ କୁ ରୋକିବା ପାଇଁ ପେଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ଗ୍ରାମାଞ୍ଚଳରୁ ଉପସ୍ଥିତ ଥିବା ଜନତା ଅନୁରୋଧ କରିଥିଲେ । ବିଶେଷକରି ଜେକେପୁର ଅଞ୍ଚଳରେ ଘଟୁଥିବା ଗୋଷ୍ଠି ସଙ୍ଘର୍ଷକୁ ରୋକି ତାହାର ସମାଧାନ କିଭଳି ନିଆଯିବ ସେ ବାବଦରେ ପୃଥକ ପୃଥକ ସଭାକରି ଉଭୟ ଗୋଷ୍ଟିଙ୍କୁ ବୁଝାଇ ସମାଧାନ କରିବା ପାଇଁ ଚେଷ୍ଟା କରା ଯିବବୋଲି ଥାନାଧିକାରୀ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଚାନ୍ଦିଲି ଥାନାଅଧିକାରୀ ଯଦବନ୍ତ ହିଆଲଙ୍କ ନେତୃତ୍ୱରେ ହୋଇଥିବା ବେଳେ ରାୟଗଡା ଗ ଜୋନ ଜିଲା ପରିଷଦ ସଭ୍ୟା ସନ୍ଧ୍ୟା ପୁଲକା ଯୋଗଦେଇଥିବା ବେଳେ ସମସ୍ତ ଗ୍ରାମ ପଂଚାୟତ ସରପଞ୍ଚ , ଜେ କେ ପୁର ବଣିକ ସଂଘ ସଭାପତି , ଡ୍ରାଇଭର ମହାସଙ୍ଘର ସଭାପତି ବୁଦ୍ଧିଜୀବୀ ମାନ୍ୟଗଣ୍ୟଙ୍କ ସହ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।ଶେଷରେ ଚାନ୍ଦିଲି ଥାନା ଏସ ଆଇ ଅନିରୁଦ୍ଧ ଜାଲି ଉପସ୍ଥିତ ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ by Proprietor Abhimanyu Maharana September 10, 2026 Corrosion-resistant steel solution designed for construction, infrastructure, manufacturing and engineering applications by Proprietor Abhimanyu Maharana September 10, 2026 Actress Ms. Sreeleela Unveils Kalyan Jewellers’ First Showroom in Rayagada by Proprietor Abhimanyu Maharana September 10, 2026 ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା by Proprietor Abhimanyu Maharana September 10, 2026