୨୫ଫେବୃଆରୀ ,2023 (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ରାୟଗଡ଼ ଜିଲ୍ଲା ଗୁଣୁପୁର ସ୍ଥିତ ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିନ ଅବସରରେ ଆଜି ଅନୁଷ୍ଠାନର ବାର୍ଷିକ ବୈଷୟିକଓସାଂସ୍କୃତିକ ଫେଷ୍ଟ “ସୃଜନ ୧.୦- ର ଉଦଘାଟିତ ହୋଇଯାଇଛି। ଆଜିର ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଏ ଆଇ ସି ଟି ଇ ର ଅଧ୍ୟକ୍ଷ ଡ଼.ଟି.ଜି. ସିତାରାମ ଆଭାସି ମାଧ୍ୟମରେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଉଦ୍ୟୋଗ କ୍ଷେତ୍ରରେ ଆତ୍ମନିର୍ଭଶୀଳ ହେବା ପାଇ ଆହ୍ବାନ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ମୁମ୍ବାଇସ୍ଥିତ ପେରୀ ଇଣ୍ଡିଆ ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ସତ୍ୟନ୍ଦ୍ର ଶ୍ରୀବାସ୍ତବ ଯୋଗ ଦେଇ ସଫଳତାର ବିଭିନ୍ନ ମାର୍ଗ ବିଷୟରେ ଆଲୋଚନା କରିବାସହ ଜୀବନରେ ଏକ ସ୍ଥିର ଲକ୍ଷ୍ୟ ସହ ଶୃଙ୍ଖଳା ଓ କଠିନ ପରିଶ୍ରମ କରିବା ପାଇ କହିଥିଲେ।
ବିଶ୍ବବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଯୋଗଦେଇ ନୂତନ ଚିନ୍ତାଧାରା ଦେଶକୁ ସର୍ବୋତ୍ତମ କ୍ଷମତାଶୀଳ କରିଥାଏ ବୋଲି କହିବା ସହ ଉଚ୍ଚ ସ୍ଵପ୍ନ ଦେଖିବା ସହ ବିଶ୍ବିବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସଫଳତା ବିଷୟରେ ଆଲୋଚନା କରିଥିଲେ।ଉପ ସଭାପତି ଡ.ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗ ଦେଇ ବର୍ତ୍ତମାନ ସମୟରେ କୃଷି ବିଜ୍ଞାନ ଓ ସେବା କ୍ଷେତ୍ରର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ମାଣ୍ଡିଆ ଜାତୀୟ ଶସ୍ୟର ବ୍ୟବହାର ବିଷୟରେ ଦୃଷ୍ଟିପାତ କରିଥିଲେ।ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା,କୁଳପତି ଡ ଗୌତମ ଘୋଷ, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ସଫଳତା ବିଷୟରେ କହିଥିଲେ।ଏହି ଅବସରରେ ଜାତୀୟ ସେବା ଯୋଜନାର ବାର୍ଷିକ ପୁସ୍ତିକା ପ୍ରୟାସ ର ଉନ୍ମୋଚନ କରାଯାଇଥିଲା।

