Home ଓଡ଼ିଶା ମୋହନା ବ୍ଲକର ଜଣେ ଚାଷୀ ଯୀଖରିଅ ଶବର ସଫଳ ମାଛ ଚାଷ କରି ଗଜପତି ଜିଲ୍ଲା ପାଇଁ ରାଜ୍ୟ ସ୍ତରରେ ସମ୍ମାନୀତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟଅନ୍ତର୍ଗତ ବିଜୟନଗର ଗ୍ରାମର ଜଣେ ଚାଷୀ ଅଛନ୍ତି ଯିଏ କି ନିଜ ଉଦ୍ୟମ ବଳରେ ୧୪ଟି ଛେଳି ବିକ୍ରି କରି ନିଜ ଜମିରେ ବନ୍ଧ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ। ଆଉ ଲାଭବାନ ମଧ୍ୟ ହୋଇଛନ୍ତି। ପରେ ସରକାରୀ ସହାୟତା ପାଇ ବର୍ତମାନ ଦେଢ଼ ଏକର ଜମିରେ ବନ୍ଧ ନିର୍ମାଣ କରି ୫ ହଜାର ଯାଆଁଳା ମାଛ ଛାଡି ସେଥିରେ ମାଛ ଚାଷ କରି ୨ ଲକ୍ଷ ଟଙ୍କା ଲାଭବାନ ହେବା ପରେ ଏବେ ପ୍ରାଣୀ ବିଭାଗ ପକ୍ଷରୁ ଦେଶୀ କୁକୁଡ଼ା ଚାଷ ପାଇଁ ଚିଆଁ ମିଳିଛି। ସେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ମଧ୍ୟ ଚର୍ଚ୍ଚାରେ । ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡାୟ ପଞ୍ଚାୟତ ଅଧିନ ବିଜୟନଗର ଗ୍ରାମର ଯୀଖରିଅ ଶବର ବିଭିନ୍ନ କିସମର ଚାଷ କରି ଲାଭବାନ ହୋଇଥିବାରୁ ଜିଲ୍ଲାପାଳଙ୍କ ଦ୍ଵାରା ସେ ମତ୍ସ୍ୟ ବିଭାଗ ପକ୍ଷରୁ ସମ୍ମାନୀତ ହୋଇଛନ୍ତି।ଏହା ପରେ ଜିଲ୍ଲା ପକ୍ଷରୁ ୩ ଜଣ ଚାଷୀ ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ। ଓଡ଼ିଶାର ୧୦ ଜଣ ଚାଷୀଙ୍କ ମଧ୍ୟରୁ ଗଜପତି ଜିଲ୍ଲାର ଯୀଖରିଅ ଶବର ସଫଳ ଚାଷୀ ଭାବେ ମନୋନୀତ ହୋଇ ରାଜ୍ୟପାଳଙ୍କ ଦ୍ଵାରା କୃଷି ଓଡ଼ିଶା ପକ୍ଷରୁ କୃଷି ମନ୍ତ୍ରୀ ଓ କୃଷି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଉପଢୌକନ ସହ ମାନପତ୍ର ପାଇ ସମ୍ମାନୀତ ହୋଇଛନ୍ତି। ଯାହା କି ଆଦିବାସୀ ଅଞ୍ଚଳରେ ଏଭଳି ଚାଷୀଙ୍କୁ ନେଇ ଗର୍ବିତ ମୋହନା ବ୍ଲକ ବାସୀ । ନିଜର ଦୃଢ଼ମନୋବଳ, ପ୍ରଚେଷ୍ଟା ଏବଂ ଇଚ୍ଛାଶକ୍ତି ବଳରେ ସେ ହାର ନମାନି ସ୍ୱାବଲମ୍ବୀ ହୋଇ ଜଣେ ସଫଳ ଚାଷୀ ହୋଇପାରିଛନ୍ତି। Categories: ଓଡ଼ିଶା, ଗଜପତି, ହୋମ୍ Related Content ଲବାରସିଂରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଅନୁଷ୍ଠିତ : ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ, କୃତୀ ପ୍ରତିଯୋଗୀ ପୁରସ୍କୃତ by Proprietor Abhimanyu Maharana October 14, 2026 ଚୁଡ଼ଙ୍ଗପୁର ଗ୍ରାମରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ by Proprietor Abhimanyu Maharana October 14, 2026 ସ୍ଲୋଗ୍ : ପି. ସଇଲଙ୍ଗ ରେ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ, କମ୍ୟୁନିଟି ହଲ୍ ଉଦ୍ଘାଟିତ by Proprietor Abhimanyu Maharana October 14, 2026 ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ by Proprietor Abhimanyu Maharana October 14, 2026 କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ by Proprietor Abhimanyu Maharana October 14, 2026 Vedanta Aluminium Deploys Solar Infra for Reliable Lighting and Drinking in Kalahandi and Rayagada by Proprietor Abhimanyu Maharana October 14, 2026