Home ଓଡ଼ିଶା ଗଜପତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ଵାର ଆଜି ପାରଳାଖେମୁଣ୍ଡି ସ୍ଥିତ ଆରଏମସି ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓଡ଼ିଶା ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ଵାର ଆଜି ପାରଳାଖେମୁଣ୍ଡି ସ୍ଥିତ ଆରଏମସି ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଜିଲ୍ଲାର ନୂତନ ଭାବରେ ମନୋନୀତ ସଭ୍ୟ ସଭ୍ୟାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ରାଜ୍ଯ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦୀପ ମାଝୀ ଜିଲ୍ଲାର ନୂତନ ଭାବେ ମନୋନୀତ ସଭ୍ୟ ସଭ୍ୟାମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବରେ ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମରିଅମ୍ ରାଇତୋ,ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପ-ଅଧକ୍ଷ ଶ୍ରୀଯୁକ୍ତ ଧନେଶ୍ଵର ଭୁଁଆ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ,ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ,କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଏମ. ସୁଧରଣି, ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଫଲଗୁନୀ ମାଝୀ ମଞ୍ଚାସିନ ଥିଲେ। ଗଜପତି ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମରିଅମ୍ ରାଇତୋଙ୍କ ଅଧକ୍ଷାତାରେ ଆୟୋଜିତ ଏହି ସମ୍ବର୍ଧନା ସଭାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଶ୍ରୀଯୁକ୍ତ ମାଝୀ ଜିଲ୍ଲାର ନୂତନ ଭାବେ ଦାୟିତ୍ଵ ନେଇଥିବା ସଭ୍ୟ ସଭ୍ୟାମାନଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଇଥିଲେ। ସମସ୍ତ ସଦସ୍ୟଙ୍କୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଥିବା କହିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତିଙ୍କ ଉନ୍ନତି ପାଇଁ ଯେଉଁ ବିକାଶ ଦ୍ଵାରା ଚାଲିଛି ସେଥିରେ ନିଜକୁ ସାମିଲ କରି ନିଜ ଗୁରୁ ଦାୟିତ୍ଵକୁ ସଠିକ୍ ଭାବେ ତୁଲାଇବା ପ୍ରତି ଗୁରୁତ୍ବ ଦେବାକୁ ଶ୍ରୀ ମାଝୀ ଆହ୍ବାନ ଦେଇଥିଲେ। ସେ ଆଉରୀ କହିଥିଲେ, ଅଧିବାସୀମାନେ କେବଳ କଳା ଓ ସଂସ୍କୃତି ଭିତରେ ସିମୀତ ରହିଗଲେ ହେବ ନାହିଁ ଜନଜାତିମାନେ ସବୁ ସମୟରେ ଯେପରି ଆଗଧାଡ଼ିରେ ରହିବେ ସେଥି ପ୍ରତି ସବୁବେଳେ ଧ୍ୟାନ ଦେବା ଆବଶ୍ୟତା ରହିଛି। ଜଗପତି ଜିଲ୍ଲାର ଲାଞ୍ଜିଆ ସଉରା ଜନଜାତି ରହିଛନ୍ତି ଏବଂ ରାଜ୍ୟର ୯ ଗୋଟି ଜିଲ୍ଲାରେ ମୋଟ ୬୨ ଜନଜାତି ବସବାସ କରୁଛନ୍ତି।ସମସ୍ତେ ସମସ୍ତଙ୍କ ମଧ୍ୟରେ ସବୁବେଳ ଯୋଗାଯୋଗ ରହିବା ସହିତ କେଉଁ ଜାଗାରେ କାହାର କଣ ଅସୁବିଧା ରହିଛି ତାହାକୁ ଉପସ୍ଥାପନା କରିବା ସହ ନିଜ ନିଜ ମଧ୍ୟରେ ଆଲୋଚନ କରାଇବାକୁ ହେବ। ଯାହା ଫଲରେ ଆଗାମୀ ଦିନରେ ଆଉ ବିଗତ ଦିନ ମାନଙ୍କରେ ସମ୍ମୁଖୀନ ହେଉଥିବା ଅସୁବିଧା ସବୁ ଦୁର ହେବ ବୋଲି ଶ୍ରୀ ମାଝୀ କହିଥିଲେ। ବର୍ତ୍ତମାନ ଜନଜାତି ବିକାଶ ପାଇଁ ଉଚିତ୍ ସମୟ ଆସିଛି , ଏହି ସୁଯୋଗ ହାତ ଛଡା ନ କରାଇବାକୁ କହିଥିଲେ। କିଛି ବୈଜ୍ଞାନିକ , ଶିକ୍ଷାବିତ୍, ରାଜନୀତିଜ୍ଞ ଏବଂ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରି ସମସ୍ତଙ୍କ ମତାମତ ନେଇ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଏକ ନୂତନ ପରିବର୍ତ୍ତନ ଆଣିବାର ଅଛି। ଜଣେ ଜନଜାତି ପିଲାଟିଏ ଆଗାମୀ ଦିନରେ ପାଇଲଟ୍ ହୋଇ ଉଡାଜାହାଜ ଉଡ଼େଇବାର ଅଛି ବୋଲି କହିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ ଜିଲ୍ଲାର ପ୍ରତ୍ୟେକ ଜନଜାତିଙ୍କ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିଥିବା କହିଛନ୍ତି। ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଆପୂଳ ନାୟକ, ମାଧବ ଶବର, ବିମଳା ଦଳେଇ, ବୁଲୁ ରଇତୋ, ମୋସ୍ଲାନ ରଇତୋ, ବିରେଞ୍ଚି ନାରାୟଣ ଦେଓ, ଜ୍ଞାନ ରଞ୍ଜନ ଜେନା, ସନ୍ୟାସୀ କାର୍ଜି, ବିଜୟ କୁମାର ଗମାଙ୍ଗ, ବବିତା ଭୁଆଁ, ସେବତୀ ଶବର, ଜେମଶ ରାଇକା, ପ୍ରସେନା ବେହରଡାଲି, ତପୋନ ରଇତୋ, ରଶ୍ମିତା ନାୟକ, ରାମ କ୍ରିଷ୍ଣା ଦଳେଇ, ରାମ ଦଳବେହେରା, ସୁନୀତା ଦଳବେହେରା, ରାଜୀବ ମଲ୍ଲିକ, ବଳିମା ଶବର, ବାଳନ୍ତିନ ମାଝୀ ଓ ହାଣ୍ଡିଆ କନ୍ଧୋ ମୋନାନିତ ହୋଇ ୨୨ ଜଣଙ୍କୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଆଜିର ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା ,ଜିଲ୍ଲାପରିଷଦ ସଭ୍ୟ ସଭ୍ୟାଙ୍କ ସମେତ ସମସ୍ତ ଜନପ୍ରତିନିଧି ଉପସ୍ଥିତ ଥିଲେ। ଏହି ସଭାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ଜି.ରାଜେଶଙ୍କ ସମେତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥଲେ Categories: ଓଡ଼ିଶା, ଗଜପତି, ହୋମ୍ Related Content ଲବାରସିଂରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଅନୁଷ୍ଠିତ : ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ, କୃତୀ ପ୍ରତିଯୋଗୀ ପୁରସ୍କୃତ by Proprietor Abhimanyu Maharana October 14, 2026 ଚୁଡ଼ଙ୍ଗପୁର ଗ୍ରାମରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ by Proprietor Abhimanyu Maharana October 14, 2026 ସ୍ଲୋଗ୍ : ପି. ସଇଲଙ୍ଗ ରେ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ, କମ୍ୟୁନିଟି ହଲ୍ ଉଦ୍ଘାଟିତ by Proprietor Abhimanyu Maharana October 14, 2026 ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ by Proprietor Abhimanyu Maharana October 14, 2026 କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ by Proprietor Abhimanyu Maharana October 14, 2026 Vedanta Aluminium Deploys Solar Infra for Reliable Lighting and Drinking in Kalahandi and Rayagada by Proprietor Abhimanyu Maharana October 14, 2026