Home ଓଡ଼ିଶା ମୃତ୍ୟୁ ପୂର୍ବରୁ ନିଜ ପାଇଁ ନିଜେ କବର ଖୋଳିଛନ୍ତି ବୃଦ୍ଧ ଦମ୍ପତି : ଚର୍ଚ୍ଚାରେ ୮୦ ବର୍ଷୀୟ ଲକ୍ଷ୍ମଣ ଭୂୟାଁ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଲକ୍ଷ୍ମଣ ଭୂୟାଁ ତାଙ୍କ ପତ୍ନୀ ଜେଙ୍ଗି ଭୂୟାଁ । ବୟସ ଦୁହିଁଙ୍କୁ ୮୦ ଟପିଲାଣି । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର ଗଢ଼ିଥିଲେ । ପିଲାମାନେ ଏବେ ବାହା ହୋଇ ସବୁ ଅଲଗା ରହୁଛନ୍ତି । ଲକ୍ଷ୍ମଣ ଓ ତାଙ୍କ ପତ୍ନୀଙ୍କ ସେବା କରିବା ପାଇଁ ପାଖରେ କେହି ନାହାନ୍ତି । ଘରେ କେବଳ ଉଭୟ ଉଭୟଙ୍କ ଦୁଃଖ କଷ୍ଟରେ ଜୀବନସାଥୀ ପାଲଟି ଜୀବନ ବିତାଉଛନ୍ତି । ଏସବୁ ଦେଖି ମଲା ପରେ କାଳେ କି ସାହା ହେବେ କି ନାହିଁ ସେନେଇ ଲକ୍ଷ୍ମଣ ମୃତ୍ୟୁ ପୂର୍ବରୁ ନିଜ ପାଇଁ ଓ ତାଙ୍କ ପତ୍ନୀଙ୍କ ପାଇଁ କବର ତିଆରି କରିଛନ୍ତି । ଧାନ, ବଗଡ଼ରୁ ଆଦାୟ ହେଉଥିବ କାନ୍ଦୁଲ, ଝୁଡ଼ୁଙ୍ଗ, କାଜୁ ଓ ଦୁଇଟି ଗାଈକୁ ବିକ୍ରି କରି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ସମାଧି ତିଆରି କରିଛନ୍ତି । ୨ଟି କବର ଖୋଳିଛନ୍ତି । ଉପରେ ଛାତ କରି ସେଥିରେ ମାର୍ବଲ ଲଗାଯାଇଛି । ପାଖରେ ୨ଟି ସିମେଣ୍ଟ ପ୍ଲେଟ ମଧ୍ୟ ପଡ଼ିଛି । ଏହି ପ୍ଲେଟ ୨ଟିକୁ କବର ଉପରେ ଢ଼ାଙ୍କିବା ପାଇଁ ରଖଯାଇଛି । କବର ସ୍ଥାନରେ ଆହୁରି କିଛି କାମ ବାକି ରହିଥିବାରୁ ଅର୍ଥର ଅଭାବ ରହିଛି । ଅର୍ଥର ଯୋଗାଡ଼ କରି କାମ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖିଛନ୍ତି ଲକ୍ଷ୍ମଣ । ସମୟ ପାଇଲେ ସେ ନିଜେ କବର ସ୍ଥାନ ବୁଲି ଦେଖିବା ସହ ତାହାର ଯତ୍ନ ନେଉଛନ୍ତି । କବର ତିଆରି କରିବାରେ ଗ୍ରାମବାସୀଙ୍କୁ ଭୋଜିଭାତ ମଧ୍ୟ ଦେଇଛନ୍ତି । ପାରିବାରିକ ସମସ୍ୟାରେ ଉତ୍ପିଡିତ ହୋଇନଥିଲେ ମଧ୍ୟ, ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ପରିବାରର କାହା ଉପରେ ବୋଝ ନହେବା ପାଇଁ ନିଜ ପାଇଁ ନିଜେ କରିଛନ୍ତି ପୂର୍ବ ପ୍ରସ୍ତୁତି । ପରିବାରର ହିତସାଧନ ପାଇଁ ପିଲାଙ୍କୁ ପାଠପଢ଼ାଇ ମଣିଷ କରିବା ପରେ ଏଭଳି ନିଷ୍ପତି ନେଇଛନ୍ତି ବୃଦ୍ଧ ଦମ୍ପତି । Categories: ଓଡ଼ିଶା, ଗଜପତି, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026