Home ଓଡ଼ିଶା ସ୍ୱାଧିକାର ଭଙ୍ଗ ନୋଟିସ ଦେଲେ ଅମର, ଅନୁଧ୍ୟାନ ପରେ କାର୍ୟ୍ୟାନୁଷ୍ଠାନ : ବାଚସ୍ପତି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସ୍ୱାଧିକାର ଭଙ୍ଗ ଅଭିଯୋଗରେ ଶାସକ ଦଳର ବିଧାୟକ ଅମର ପ୍ରସାଦ ଶତପଥୀ ଶୁକ୍ରବାର ଦୈନିକ ଇଂରାଜୀ ଖବରକାଗଜ ‘ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ’ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ‘ଓ ଟିଭି’ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ଗତକାଲି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଉପରେ ଗୃହରେ ଆଗତ ଏକ ମୋସନ ଆଲୋଚନା କାଳରେ ବିରୋଧୀ ଦଳର ନେତା ଜଣେ ସରକାରୀ ଅଧିକାରୀ, ଶାସକ ଦଳର ସଭ୍ୟଙ୍କ ନାଁ ନେଇଥିଲେ। ଏହି ସମୟରେ ଶାସକ ଦଳର ମନ୍ତ୍ରୀ ଓ ସଭ୍ୟମାନେ ଏହାର ପ୍ରତିବାଦ କରିଥିଲେ। ଗୃହରେ ଅନୁପସ୍ଥିତ ବ୍ୟକ୍ତିଙ୍କ ନାଁ ନେବାରୁ ସେମାନେ ପ୍ରତିବାଦ କରିଥିଲେ। ଆଲୋଚନା କାଳରେ ବିରୋଧୀ ଦଳର ନେତା ଏ ସଂକ୍ରାନ୍ତରେ ରଖିଥିବା କିଛି ବକ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦେବା ପାଇଁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗତକାଲି ରୁଲିଂ ଦେବା ପରେ ମଧ୍ୟ ସେ ଖବର କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା କିପରି ସମ୍ଭବ ହେଲା ସେଥିନେଇ ଶ୍ରୀ ଶତପଥୀ ପ୍ରଶ୍ନ ଉଠାଇବା ସହିତ ଏହା ଗୃହର ସ୍ୱାଧିକାର କ୍ଷୁଣ୍ଣ କରୁଥିବାରୁ ଏ ଦିଗରେ କାର୍ୟ୍ୟାନୁଷ୍ଠାନ ନିମନ୍ତେ ସେ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଗୃହର ବିବରଣୀରୁ ବାଦ୍ ଦିଆଯିବା ପାଇଁ ବାଚସ୍ପତିଙ୍କ ରୁଲିଂ ପରେ ବି ଖବର ବାହାରିଥିବାରୁ ପ୍ରକାଶ ପାଇଥିବା ଖବର ଓ ପ୍ରସାରଣ କରାଯାଇଥିବା ଭିଜୁଆଲ କ୍ଲିପିଂକୁ ଶ୍ରୀ ଶତପଥୀ ବାଚସ୍ପତିଙ୍କ ନିକଟରେ ଦାଖଲ କରିଛନ୍ତି। ଶ୍ରୀ ମହାରଥୀ ଉଠାଇଥିବା ସ୍ୱାଧିକାର ଭଙ୍ଗ ପ୍ରସଙ୍ଗକୁ ଶାସକ ଦଳର ସଭ୍ୟମାନେ ସମର୍ଥନ କରି ଏହା ଉପରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଶାସକ ଦଳର ସଭ୍ୟ ଶଶିଭୂଷଣ ବେହେରା କହିଥିଲେ ଯେ ଯେଉଁ ବିବରଣୀ ଅପ୍ରାସଙ୍ଗିକ ସେସବୁକୁ ବାଦ୍ ଦେବା ପାଇଁ ଗୃହର ଅଧ୍ୟକ୍ଷଙ୍କ ରୁଲିଂ ସତ୍ତ୍ୱେ ଏହାର ପ୍ରସାରଣ ଦ୍ୱାରା ଗୃହର ଗରିମା ନଷ୍ଟ ହେଉଛି। ବାଚସ୍ପତି ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହିତ ଗୃହକୁ ନ୍ୟାୟ ଦେବାକୁ ସେ ଦାବି କରିଥିଲେ। ବାଚସ୍ପତି କହିଥିଲେ ଯେ ଏ ସମ୍ପର୍କରେ ସେ ନୋଟିସ ପାଇଛନ୍ତି। ଏହାର ଅନୁଧ୍ୟାନ କରିବା ପରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ। Categories: ଓଡ଼ିଶା, ମହାନଗର, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026