Home ଓଡ଼ିଶା ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ଭିତ୍ତିଭୂମି ବିକାଶ ନିମନ୍ତେ : ୧୦୬୨ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ-ଯୋଜନା ଅନୁମୋଦନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ଭିତ୍ତିଭୂମି ବିକାଶ ନିମନ୍ତେ ୧୦୬୨ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ-ଯୋଜନା ଅନୁମୋଦନ ଅଗ୍ରାଧିକାର ଭିତ୍ତିରେ ରୋଗୀ କୈନ୍ଦ୍ରିକ ସୁବିଧା ବିକାଶ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦେଶ ୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଭୂବନେଶ୍ୱର :- ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ବିକାଶ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ୧୦୬୨.୧୦ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ-ଯୋଜନା ଅନୁମୋଦନ କରିଛନ୍ତି । ଏହି ଅର୍ଥ ବିନିଯୋଗରେ ରୋଗୀ-କୈନ୍ଦ୍ରିକ ସୁବିଧା ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମୟାନୁବନ୍ଧିତ ଭାବେ ପୁର୍ଣ୍ଣାଙ୍ଗ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଅର୍ଥମନ୍ତ୍ରୀ ଶ୍ରୀ ନିରଞନ ପୁଜାରୀ ବିଭାଗଙ୍କୁ ନିର୍ଦେଶ ଦେଇଛନ୍ତି । କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇ ବିଭାଗୀୟ ଶମସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ମାଧ୍ୟମରେ ଷ୍ଟେଟ୍ ସେକ୍ଟର୍ ଯୋଜନାରୁ ଏହି ଅର୍ଥ ଦିଆଯାଇଛି । ଏଥିରେ ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହେଲଥ୍ ସବ୍-ସେଣ୍ଟର ମାନଙ୍କରେ ଭିତ୍ତଭୂମିର ବିକାଶ କରାଯିବ । ଏଥିପାଇଁ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବର ପ୍ରଶାସନିକ ଅନୁମୋଦନ ନିମନ୍ତେ ପ୍ରକ୍ରିୟା ତ୍ଵରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ସେବା, ଭେଷଜ ଶିକ୍ଷା ଓ ତାଲିମ, ଆୟୁଷ୍, ଡ୍ରଗସ୍ କଣ୍ଟୋଲ୍, ନର୍ସିଂ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦେଶକମାନଙ୍କୁ କୁହାଯାଇଛି । ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କଲାବେଳେ ବିନିଯୋଗ ହେଉଥିବା ଅର୍ଥର ରୋଗୀ ସେବା ପାଇଁ ସର୍ବାଧିକ ଉପଯୋଗିତା ଉପରେ ଲକ୍ଷ୍ୟ ଦେବାପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି ।ଅନୁମୋଦିତ କାର୍ଯ୍ୟ ଯୋଜନା ଭିତରେ ମୁଖ୍ୟତଃ ୯ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ସୁବିଧା ସୃଷ୍ଟି, ୬ ଟି ନୂଆ ଉପଖଣ୍ଡ ସ୍ତରୀୟ ହସ୍ପିଟାଲ୍ ନିର୍ମାଣ, ୬୦ ଟି କମ୍ୟୁନିଟି ହେଲଥ୍ ସେଣ୍ଟର ଘର ନିର୍ମାଣ, ୪୭ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଷ୍ଟାଫ୍ କ୍ୱାଟର୍ ନିର୍ମାଣ, ତୃଣମୂଳ ସ୍ତରରେ ୪୦ ଟି ହେଲଥ୍ ସବ୍-ସେଣ୍ଟର ନିର୍ମାଣ, ୫ ଟି ପ୍ରାଥମିକ ଓ କମ୍ୟୁନିଟି ହେଲଥ୍ ସେଣ୍ଟରର ପାହ୍ୟାବୃଦ୍ଧି, ୬୯୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସବ୍ ସେଣ୍ଟରରେ ରୋଗୀମାନଙ୍କୁ ପାଇଁ ଅଧିକ ସୁବିଧା ସୃଷ୍ଟି ଏବଂ ଆବାସିକ ଓ ଅଣ-ଆବାସିକ ଆୟୁଷକେନ୍ଦ୍ରର ବିକାଶ ଆଦି ପ୍ରକଳ୍ପମାନ ରହିଛି । ପ୍ରାପ୍ତ ସୂଚନାରୁ ଜଣପଡ଼ିଛି, ବରଗଡ଼, ଝାରସୁଗୁଡ଼ା, ମାଲକାନାଗିରି, ବାରିପଦା, ନୟାଗଡ଼ ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ନବରଙ୍ଗପୁରର ଉମରକୋଟ, ମାଲକାନାଗିରିର ମାଥିଲି ଓ ଚିତ୍ରକୋଣ୍ଡା, ନୂଆପଡ଼ାର ଖରିଆର, ଏବଂ ଗଞାମ ଜିଲ୍ଲାର ଆସ୍କା ଠାରେ ନୂଆ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରାଯିବ । Categories: ଓଡ଼ିଶା, ମହାନଗର, ହୋମ୍ Related Content ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ପାଞ୍ଚଗଡ଼ ବିଜେପି ମଣ୍ଡଳ ପକ୍ଷରୁ ତ୍ରୀରଙ୍ଗା ପଦଯାତ୍ରା by Proprietor Abhimanyu Maharana August 14, 2026 ବିଜୁଳି ଶାସନ ଗଲାଣି ହୁଗୁଳି : ଲାଇଟହାଉସ ଷ୍ଟର୍ଲିଙ୍ଗ ରାସ୍ତାରେ ଦିନରେ ଖୁଣ୍ଟରେ ଜଳୁଛି ବିଜୁଳି by Proprietor Abhimanyu Maharana August 14, 2026 ପୁରୀ ଜିଲ୍ଲାର ୮୨ଟି ଶିକ୍ଷାନୁଷ୍ଠାନରେ ସାଇବର ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana August 14, 2026 ଆକାଶ ପଥର ବିମାନ:ସ୍ଥଳପଥରେ ପାଇଲା ନୂଆ ଜୀବନ ଗିରଳ ଛକରେ ସ୍ବପ୍ନର ପ୍ରକଳ୍ପ ପର୍ଯ୍ୟଟକଙ୍କୁ କରିବ ଆକୃଷ୍ଟ by Proprietor Abhimanyu Maharana August 14, 2026 ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana August 14, 2026