Home ଓଡ଼ିଶା ବାଲିଗୁଡ଼ାରେ ବଡ଼ ଧରଣର ଲୁଟ : ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୁନାପାଙ୍ଗା ସାହିର ସ୍ବପ୍ନେଶ୍ବର ସାହୁଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଘଟଣା ପ୍ରକାରେ ସ୍ବପ୍ନେଶ୍ବର ସାହୁ ନିଜ ପରିବାର ସହ ଦୁଇଦିନ ପାଇଁ ଭଞ୍ଜନଗର ସ୍ଥିତ ନିଜ ସମ୍ପର୍କୀୟଙ୍କ ଏକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ସେ ଭୂବନେଶ୍ବର ଯାଇଥିଲେ । ଦୁଇଦିନ ପରେ ଅର୍ଥାତ୍ ଗୁରୁବାର ସନ୍ଧ୍ୟା ସମୟରେ ଘରକୁ ଫେରିଥିବା ବେଳେ ଘରର ମୁଖ୍ୟ କବାଟ ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏହାପରେ ବାଲିଗୁଡ଼ା ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶୁକ୍ରବାର ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । ଗତ କିଛି ଦିନ ହେବ ବାଲିଗୁଡ଼ା ଅଞ୍ଚଳରେ ଚୋରି, ଡକାୟତି ଘଟଣା ବୃଦ୍ଧି ପାଉଥିବା ବେଳେ ଅଞ୍ଚଳବାସୀ ଏକ ପ୍ରକାର8 9ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି । ସ୍ବପନେଶ୍ବରଙ୍କ ଘରୁ ପ୍ରାୟ ୪୨ ଭରି ସୁନା, ପାଖାପାଖି ୫କେଜିର ରୂପା ଓ ନଗଦ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସେପଟେ ପୋଲିସ୍ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଦିନରାତି ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଅଞ୍ଚଳବାସୀଙ୍କ ଧନଜୀବନ ପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଥିବା ଜଣାପଡ଼ିଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026