
୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ବ୍ଳକର କିରାମା ଗ୍ରାମର ଶଶିକାନ୍ତ ଲାବୁଲା ତାଙ୍କ ରହୁଥିବା ଘରର ଏକ ରୁମରେ ଦୋକାନ କରୁଥିଲେ ସେଥିରେ ତେଜରାତି ସାମଗ୍ରୀ ରଖିବା ସହ ଗ୍ୟାସ ପେଟ୍ରୋଲ ରଖି ବିକ୍ରି କରୁଥିଲେ । ଆଜି ଗ୍ରାମର ଦୁଇ ଗାଇ ସିଙ୍ଗାସିଙ୍ଗି ( ମାଡଗୋଳ ) ହୋଇ ଶଶିଙ୍କ ଦୋକାନରେ ଥିବା ପେଟ୍ରୋଲ ସବୁ ଢ଼ାଳି ଦେବା ସହ ବିଦ୍ୟୁତ ତାର ଝିଙ୍କା ଝିଙ୍କି ହୋଇ ଫ୍ରିଜ୍ ତାର ସଟ୍ ହୋଇ ନିଆଁ ଲାଗିଯାଇ ୪ ବଖରା ଘର ନିଆଁ ପୋଡି ଧ୍ବଂସ ହୋଇଗଲା । ଘର ଘରେ ଥିବା ଫ୍ରିଜ୍, ଗଡରେଜ, ଘର ଆସବାବପତ୍ର ସହ ଦୋକାନର ସାମଗ୍ରୀ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ଅନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି ବୋଲି ଅଗ୍ନିବିଭାଗ ତରଫରୁ କୁହାଯାଇଛି । ଏହି ନିଆରେ ତାଙ୍କ ସ୍ତ୍ରୀ ମମତା ଲାବୁଲା ପୋଡି ସାମାନ୍ୟ ଆହତ ହୋଇଛନ୍ତି । ନିଆଁ ଲାଗିବା ପରେ ଗ୍ରାମବାସୀ ଆର,ଉଦୟଗିରି ଅଗ୍ନିସମ ବିଭାଗ ଫୋନ କରି ଜଣାଇଥିଲେ । ଅଗ୍ନିସମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଆୟତ କରିଥିବା କହିଥିଲେ । ତାଙ୍କ ସ୍ତ୍ରୀକୁ ଆର, ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ର ଆଣି ଚିକିତ୍ସା କରାଯାଇଥିଲା । ଏହି ଖବର ଶୁଣି ସ୍ଥାନୀୟ ପୁଲିସ ଏସ୍.ଆଇ ରାମକୃଷ୍ଣ ପାଣିଗ୍ରାହି ଘଟଣସ୍ଥଳରେ ପହଞ୍ଚି ନିଆଁ କେଉଁଥିରୁ ଲାଗିଥିଲା ଏହାର ଟିକନିକ ତଦନ୍ତ କରୁଥିବା ଜଣାଯାଇଛି ।

