ଧ୍ରୁବ ରାଜ ଡାଙ୍ଗ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ରାମଧୂନ କ୍ଲବ ସେମି ଫାଇନାଲ ରେ

୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଧ୍ରୁବ ରାଜ ଡାଙ୍ଗ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ସୋନପୁର ର ରାମଧୂନ କ୍ଲବ ସେମି ଫାଇନାଲ ରେ ପ୍ରବେଶ କରିଛି। ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ କଦଳୀ ପାଲି ଦଳକୁ ୧-୦ ଗୋଲ୍ ରେ ପରାସ୍ତ କରିଥିଲେ। ଦଳ ପକ୍ଷରୁ ଏକମାତ୍ର ଗୋଲ୍ ଅଜୟ ଖଡିଆ ଦେଇ ଦଳକୁ ବିଜୟୀ କରାଇଥିଲେ । ଆଜି ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡର ସଭ୍ୟ ସାଧୁ ଚରଣ ନେପାକ ଯୋଗ ଦେଇ ଶ୍ରେଷ୍ଠ ଖେଳାଳି ଅଜୟ ଖଡିଆ ଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଚେମ୍ବର୍ସ ଅଫ୍ କମର୍ସ ର ଅଧ୍ୟକ୍ଷ ଦିଲ୍ଲିପ ସାଉଡିଆ, ଜିଲ୍ଲା କ୍ରୀଡ଼ା ସାଂସଦ ର ଉପ ସଭାପତି ଯୁଗଲ ପ୍ରସାଦ ସିଂ, ପୂର୍ବତନ ଖେଳାଳୀ କୈଳାସ ମହାଣା, ଶେଖ ସଦର, ସୁରେଶ ଦାଶ, ଡ଼ା ଶୁଭ୍ରାଂଶୁ ଶେଖର ମହାପାତ୍ର,ପ୍ରତାପ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। ଆଜି ର ଖେଳ କୁ ପଞ୍ଚାନନ ପାତ୍ର ପରିଚାଳନା କରିଥିଲେ। ତାଙ୍କୁ ଲାଇନ୍ ରେ ସହଯୋଗ କରିଥିଲେ ଗୋପାଳ ନାୟକ ଓ ଦିପେଶ ପ୍ରଧାନ। ନାରାୟଣ ପଣ୍ଡା ଚତୁର୍ଥ ରେଫରୀ ଦାୟିତ୍ଵ ନିର୍ବାହ କରିଥିଲେ।

Exit mobile version