ବିପୁଳ ପରିମାଣରେ କଫ୍ ସିରଫ୍ ଜବତ,୫ ଗିରଫ

୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ସଦର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଆଜି ସଦର ଥାନା ପୋଲିସ ସହ ସ୍ବତନ୍ତ୍ର ସ୍ବାର୍ଡ ଚଢ଼ାଉ କରି ପ୍ରାୟ ସାଢେ଼ ତିନି ହଜାର ବୋତଲ କଫ ସିରଫ ଜବତ୍ କରିବା ସହ ଏହି କାରବାରରେ ସଂପୃକ୍ତ ଥିବା ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବରଗଡ଼ ‌ଏସପିଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ଇନ୍ସପେକ୍ଟର ସ୍ବପ୍ନାରାଣୀ ଗୋଚ୍ଛାୟତ ଙ୍କ ନେତୃତ୍ବରେ ପୋଲିସ ଓ ସ୍ବତନ୍ତ୍ର ସ୍ବାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ।ଏଥିରେ ଏକ ପିକ୍ ଅଫ ଗାଡ଼ିରୁ ୧୮ ପେଟି କଫ ସିରଫ ସହ ଏସ ଡୁମ୍ବେରପାଲି ଅଞ୍ଚଳରୁ ମଧ୍ୟ କଫ ସିରଫ ଜବତ୍ କରିଥିଲେ। ଏ କାରବାର ରେ ସଂପୃକ୍ତ ଥିବା ୫ ଜଣଂକୁ ପୋଲିସ ଗିରଫ କରିଥିଲା। ତାଙ୍କ ଠାରୁ ଏକ ପିକ୍ ଅଫ୍ ଭ୍ୟାନ, ୮ଟି ମୋବାଇଲ, ଗୋଟିଏ ଲେଫ ଟପ,ଏକ ସ୍ପେଲଣ୍ଡର ମୋଟର ସାଇକେଲ,ନଗଦ ସାଢ଼େ ଚାରି ହଜାର ଟଙ୍କା ଜବତ କରିଥିଲେ। ସମସ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

Exit mobile version