୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ନିର୍ମାଣଧିନ ପ୍ରକଳ୍ପ କୁ ବୁଲି ଦେଖିବା ସହ ଡେବ୍ରୀଗଡ ଅଭୟାରଣ୍ୟ ମଧ୍ୟରେ ଥିବା ବାରବଖରା ଇକୋ ପାର୍କ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ସେଠାରେ ବାରବଖରା ଜଳ ପ୍ରପାତ ଓ ଗୁମ୍ଫା ନିକଟରେ ସ୍ବାଧୀନତା ସଂଗ୍ରାମୀ ସହୀଦ ବୀର ସୁରେନ୍ଦ୍ର ସାଏ ଙ୍କ ସ୍ମାରକୀ ର ଶୁଭ ଉଦଘାଟନ କରିଥିଲେ ।
ଏହି ଅବସରରେ ଆୟୋଜିତ ସଭାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବାରବଖରା ଠାରେ ନିର୍ମିତ ଏହି ସ୍ମାରକୀ ଓ ଇକୋ ପାର୍କ କୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହା ଦ୍ବାରା ଏ ଅଞ୍ଚଳର ଲୋକ ମାନଙ୍କ ପାଇଁ ପର୍ଯ୍ୟଟନ ସମ୍ପର୍କିତ ଅର୍ଥନୈତିକ ବିକାଶ ହେବ ବୋଲି ସେ କହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ୧କୋଟି ୭୫ଲକ୍ଷ ୬୭ ହଜାର ଟଙ୍କା ବ୍ୟୟ ରେ ନିର୍ମାଣଧିନ ଏହି ସ୍ମାରକୀ ସ୍ଥଳୀ ଓ ଇକୋ ପାର୍କ ସହ ଭୋଜନାଳୟ,ଶୈ।ଚାଳୟର ପରିଚାଳନା ରକ୍ଷଣାବେକ୍ଷଣ ଦାୟିତ୍ଵ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା ମାନଙ୍କ ଦ୍ଵାରା ସମ୍ପାଦିତ ହେବ । ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅ°ଶୁ ପ୍ରଜ୍ଞା ଦାଶ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ମାରକୀ ନିର୍ମାଣ କାର୍ଯ୍ୟ ପାଇଁ ଦାୟିତ୍ଵ ନେଇଥିବା ସ୍ଥାପତ୍ୟ ଶିଳ୍ପୀ ଅମୂଲ୍ୟ ଭୋଇ, ଐତିହାସିକ ତଥା ସାମ୍ବାଦିକ ଦୀପକ ପଣ୍ଡା, ବୈଷ୍ଣବ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା।

