ସହରରେ ଚାଲୁଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ବଲାଙ୍ଗିର :- ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସହରର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ସେଠାରେ ଚାଲୁଥିବା ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ।

ପ୍ରଥମେ ୪.୫ କିଲୋ ମିଟର ପର୍ଯ୍ୟନ୍ତ ଲକ୍ଷ୍ମୀ ଜୋର ସଫା କରାଯାଉଥିବା ସ୍ଥାନକୁ ପରିଦର୍ଶନ କରି ତଦାରଖ କରିଥିବା ବେଳେ ସହରର ରିଙ୍ଗ ରୋଡ ଓ ବାଇପାସ ରୋଡ଼ ହେଉଥିବା ସ୍ଥାନକୁ ପରିଦର୍ଶନ କରି ସେଠାରେ ଚାଲୁଥିବା କାମର ତଦାରଖ କରିଥିଲେ ।

Exit mobile version